jayashree

ବନ୍ଧୁକ ମୁନରେ ୧୦ ଲକ୍ଷ ଲୁଟ୍‌ ଅଭିଯୋଗ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଟେନ୍‌ସା ଫାଣ୍ଡି ରୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା କାର୍ଯ୍ୟାଳୟ ନିକଟରୁ ୧୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ସିସିଟିଭିରେ କଏଦ ହୋଇଛି ଲୁଟ୍‌ର ସମସ୍ତ ଚିତ୍ର ।

ଖବର ଅନୁଯାୟୀ, ଟେନ୍‌ସା ଫାଣ୍ଡି ରୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା କ୍ରାକର୍ସ ଇଣ୍ଡିଆ କାର୍ଯ୍ୟାଳୟରୁ ହୋଇଛି ଲୁଟ୍‌ । ବୁଧବାର ରାତି ପ୍ରାୟ ୩ଟା ସମୟରେ ୫ଜଣ ଦୁର୍ବୃତ୍ତ ବାଇକ୍‌ ଆସି ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି । ଏନେଇ ଟେନ୍‌ସା ଫାଣ୍ଡିରେ ମଧ୍ୟ ଏତଲା ଦିଆଯାଇଛି । ଅଭିଯୋଗ ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହାସହିତ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.