ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରେ ପଢୁଥିବା ପିଜି ଛାତ୍ରୀଙ୍କୁ ଆକ୍ରମଣ କରି ଲୁଟ୍‌ ଅଭିଯୋଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଚତୁର୍ଥ ସେମିଷ୍ଟାରର ପ୍ରିୟମ୍ବଦା ମାଝି ବହିଦାରପଡ଼ାରୁ ଡିଏଭି ମହାବିଦ୍ୟାଳୟକୁ ଆସୁଥିବା ବେଳେ ତିନି ଜଣ ଯୁବକ ମୁହଁରେ ମାସ୍କ ଲଗାଇ ପ୍ରିୟମ୍ବଦାଙ୍କୁ ବ୍ଲେଡରେ ଆକ୍ରମଣ କରି ତାଙ୍କ ଠାରୁ ଜୋରଜବରଦସ୍ତ ପାଞ୍ଚ ଶହ ଟଙ୍କା ଛଡାଇ ନେବା ସହ ମୋବାଇଲ ଲୁଟିବାରେ ବିଫଳ ହୋଇ ଫେରାର୍‌ ମାରିଛନ୍ତି । ତେବେ ଅନ୍ୟ ଛାତ୍ରୀମାନେ ଆସି ତାଙ୍କୁ ଉଦ୍ଧାର କରି ମହାବିଦ୍ୟାଳୟକୁ ନେଇଥିଲେ । ସେଠାରୁ ସେ ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିବା ପରେ ପୋଲିସ ଆସି ଛାନ୍‌ଭିନ୍‌ ଆରମ୍ଭ କରିଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ତା କରିବା ସହ ଦୋଷୀଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବାକୁ ଦାବୀ କରିଛନ୍ତି । ସୂଚନାଯୋଗ୍ୟ ଯେ, କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବଲାଙ୍ଗିର ଜିଲ୍ଲାରେ ଆଜି ଫାଇଭ୍‌-ଟି ଅଧ୍ୟକ୍ଷ ନୂଆ ଓଡିଶା ‘ଫେଷ୍ଟ’ ପାଳନ କରୁଥିବା ବେଳେ ଟିଟିଲାଗଡ଼ ସହରରେ ବିଚ୍‌ ରାସ୍ତା ଉପରେ ଜଣେ ଛାତ୍ରୀଙ୍କୁ ଅମାନୁଷିକ ଆକ୍ରମଣ ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

jittmm
Leave A Reply

Your email address will not be published.