ସମସ୍ତ ଅଭିଯୋଗକାରୀଙ୍କୁ ବ୍ୟକ୍ତିଗତ ଭାବେ ଡାକି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୧ଟା ସମୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଖୁଜେନପାଲି ଫୁଟବଲ ପଡ଼ିଆ ପାଖରେ ହେବାକୁ ଥିବା ଦେଶୀ ମଦ ଭାଟିକୁ ବିରୋଧ କରି ଲିଖିତ ଅଭିଯୋଗ ହୋଇଥିଲା । ତେଣୁ ଜିଲ୍ଲାପାଳ ସମସ୍ତ ଅଭିଯୋଗକାରୀଙ୍କୁ ବ୍ୟକ୍ତିଗତ ଭାବେ ଡାକି ଅଭିଯୋଗ ଶୁଣିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଖୁଜେନପାଲି ମୌଜାରେ ଏକ ଦେଶୀ ମଦଭାଟି ଖୋଲିବା ପାଇଁ ଜିଲ୍ଲାପାଳଙ୍କ ଅବକାରୀ ବିଭାଗ ପତ୍ର ସଂଖ୍ୟା ୭୫୫ ତା୨୫/୦୪/୨୦୨୩ ରେ ସର୍ବସାଧାରଣ ଅଭିଯୋଗ ନିମନ୍ତେ ଗତ ତା ୧୦/୦୫/୨୦୨୩ ମଧ୍ୟରେ ଆପତ୍ତି ଅଭିଯୋଗ ପାଇଁ ନୋଟିସ କରିଥିଲେ ତେଣୁ ତା ୦୯/୦୫/୨୦୨୩ରେ ଜିଲ୍ଲାପାଳ ଓ ଅବକାରୀ ବିଭାଗକୁ ଲିଖିତ ଭାବେ ଅଞ୍ଚଳର ସରପଞ୍ଚ, ନାଏବ ସରପଞ୍ଚ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଏସ୍‌ଏଚ୍‌ଜି ଗୃପ ଓ ଜନ ସାଧାରଣଙ୍କ ତରଫରୁ ବିରୋଧ କରାଯାଇଥିଲା । ତେଣୁ ଆଜି ତା ୧୧/୦୭/୨୦୨୩ ଦିନ ୧୧ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ହାଜର ହେବା ପାଇଁ ଅବକାରୀ ବିଭାଗର ପତ୍ର ସଂଖ୍ୟା ୧୨୦୮ ତା ୦୫/୦୭/୨୦୨୩ରେ ନୋଟିସ କରି ସମସ୍ତ ଅଭିଯୋଗକାରୀ ଉପସ୍ଥିତ ରହିବାକୁ ଚିଠି କରିଥିଲେ ସେହି ଆଧାରରେ ସମସ୍ତେ ଉପସ୍ଥିତ ରହି ସେହି ସ୍ଥାନରେ ମଦଭାଟି ହେଲେ ଅନେକ ଅସୁବିଧା ହେବ ଯେହେତୁ ସେହି ସ୍ଥାନରେ ଖେଳ ପଡିଆ ଅଛି । ପାଖରେ ସ୍କୁଲ ମାନେ ଅଛି । ମନ୍ଦିର ଅଛି । ଲୋକଙ୍କ ଯିବା ଆସିବା କରିବା ପାଇଁ ମୁଖ୍ୟ ରାସ୍ତା । ସେହି ସ୍ଥାନ ଜନଗହଳିପୂର୍ଣ୍ଣ ସ୍ଥାନ ସେହି ସ୍ଥାନରେ ମଦଭାଟି ହେଲେ ଅନେକ ଅସୁବିଧା ହେବ ବୋଲି ଜିଲ୍ଲାପାଳଙ୍କୁ ଜଣାଯାଇଛି ଏହା ସେତ୍ୱେ ମଧ୍ୟ ମଦଭାଟି ଖୋଲିବା ପାଇଁ ଅନୁମତି ଦେଲେ ଜୋରଦାର ଆନ୍ଦୋଳନ ହେବ । ଆଗାମୀ ଦିନରେ ପରିସ୍ଥିତି ଅସମ୍ଭାଳ ହେବ ସେଥିପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ସୂଚନା ଦିଆଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ସରପଞ୍ଚ ରଞ୍ଜିତା ପାଣିଗ୍ରାହୀ, ନାଏବ ସରପଞ୍ଚ ଲତା ଷାଣ୍ଢ, ପୂର୍ବତନ ସରପଞ୍ଚ ସତ୍ୟବାନ ସାହୁ, ଯୁବ ସମାଜସେବୀ ସଂଗଠକ ବିନୋଦ କାଲସାଏ, ସୁରେଶ ସାହୁ, ଗୋପିନାଥ କାଲସାଏ, ସଞ୍ଜୁ ଷାଣ୍ଢ, ମା’ ମଙ୍ଗଳା ଏସ୍‌ଏଚ୍‌ଜି, ମା’ ସାରଲା ଏସ୍‌ଏଚ୍‌ଜି, ମା’ ଲକ୍ଷ୍ମୀ ଏସ୍‌ଏଚ୍‌ଜି, ମା’ ତାରିଣୀ ଏସ୍‌ଏଚ୍‌ଜି, ମା’ ମଠଖାଇ ଏସ୍‌ଏଚ୍‌ଜି, ମା’ ସମଲେଶ୍ଵରୀ ଏସ୍‌ଏଚ୍‌ଜି, ମା’ ସନ୍ତୋଷିନୀ ଏସ୍‌ଏଚ୍‌ଜିର ମା’ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.