centurian jitm

ପୁଣି ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଥାନରେ ଅଭିଯୋଗ

nschool

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ଏବେ ବି କାଙ୍ଗାରୁ କୋର୍ଟ କରାଯାଇ ସାଧାରଣ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଇ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ହୋଇଆସୁଛି । କିଛି ଦିନ ତଳେ ସନ୍ତୋଷପୁର ଗ୍ରାମରେ ନିଜ ବଂଶର ଏକ ଦଶାହ କାର୍ଯ୍ୟରେ ଜୈନେକ ମହିଳା ଯୋଗଦେବାକୁ ଯାଇଥିବା ବେଳେ ଗ୍ରାମ୍ୟ ଭଦ୍ରବ୍ୟକ୍ତିଙ୍କ କଟୁ ସମାଲୋଚନା ସହ ଗ୍ରାମକୁ ଆସିବାକୁ ବାରଣ କରାଯିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୁଣି ଏପରି ଏକ ଘୃଣ୍ୟ ପ୍ରଥାକୁ ନେଇ ରମ୍ଭା ଥାନାରେ ଅଭିଯୋଗ ହୋଇଛି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତରେ ରାଜନୈତିକ ଉଦ୍ଦେଶ୍ୟ ନେଇ ଲୋକଙ୍କୁ ସାମାଜିକ ବାସନ୍ଦ କରିଥିବା ରମ୍ଭା ଥାନାରେ ସ୍ଥାନୀୟ ରେଡି କୂଳର ବିଭିନ୍ନ ପଦାଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି । ଉକ୍ତ ବାସନ୍ଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି । ନୂଆଁପଲ୍ଲୀ ଗ୍ରାମର ଡ଼ି. ଇରେୟା ପ୍ରଧାନ, ଡ଼ି. ଇନ୍ଦ୍ରମଣି ପ୍ରଧାନ, ଡ଼ି. ବନମାଳି ପ୍ରଧାନ, ପି. ଜଗନ୍ନାଥ ପ୍ରଧାନଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଲିଖିତ ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଭୋଜିଭାତ, ଦୋକାନ ବଜାର ଓ ବିଭିନ୍ନ ସାଂସୃତିକ କାର୍ଯ୍ୟକ୍ରମମାନଙ୍କୁ ବାରଣ କରାଯାଉଥିବା ଅଭିଯୋଗ ହୋଇଛି । ସେହିପରି ପୋଇରାଶି ଗ୍ରାମର ଡ଼ି. କୃଷ୍ଣ ରେଡି, କେ. ଭାସ୍କର ରେଡି, ଏସ୍‌. ଋଷିଆ ରେଡି, ଡ଼ି. ନରସିଂହ ରେଡି ପ୍ରମୁଖ ଗ୍ରାମବାସୀ ସେମାନଙ୍କୁ କୌଣସି କାରଣ ନଥାଇ ରାଜନୈତିକ ଉଦ୍ଦେଶ୍ୟ ରଖି ସାମାଜିକ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ରମ୍ଭା ଥାନା ଅଧିକାରୀ ପି. ସ୍ୱରୂପ କିଷନଙ୍କୁ ଯୋଗାଯୋଗ କରିବାରେ ଅଭିଯୋଗ ହୋଇଛି ତୁରନ୍ତ ଏହାର ସମାଧାନ କରାଯିବ ବୋଲି ସେ ଗଣମାଧ୍ୟମକୁ କହିଥିଲେ ।

Leave A Reply

Your email address will not be published.