ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମ ପଞ୍ଚାୟତର ଭଣ୍ଡାରଜୁରୀ ଗ୍ରାମର ପାଖାପାଖି ୧ ଶହ ଏକର ଜମିରୁ ଅଧିକ ଆଦିବାସୀମାନଙ୍କ ଜମି ଉପରେ ଝାରବନ୍ଧ ବ୍ଲକ କନ୍ଧାଡଙ୍ଗର ଗ୍ରାମର ପବିତ୍ରା ପ୍ରଧାନ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ନେଇଥିବାର ଗୁରୁତର ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଭଣ୍ତାରଜୁରୀ ଗ୍ରାମର ରାଏ ସିଂ କନ୍ଧଙ୍କ ୧୭ ଏକର ଜମି ଓ ସାଧୁ ଭୁଏଙ୍କ ୫ ଏକର ଜମି ଜାଳିଆତି କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ହଡ଼ପ କରି ନେଇଥିବା ବେଳେ ଉଭୟ ଝାରବନ୍ଧ ଥାନାରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଅନ୍ୟ ଉପାୟ ନ ପାଇ ଆଦିବାସୀମାନେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ସୂଚନା ମିଳିଛି ।
Prev Post