jayashree

ଯୋଗ୍ୟ ହିତାଧୀକାରୀଙ୍କୁ ଚାଉଳ ମିଳୁ ନଥିବା ଅଭିଯୋଗ

ତୁରେକେଲା, (କୈଳାଶ କୁମାର ସଗ୍ରିଆ) : ଯୋଗ୍ୟ ହିତାଧୀକାରୀଙ୍କୁ ଚାଉଳ ମିଳୁ ନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଲସୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗାଁର ଯେମାକାନ୍ତି ମାଝି ଆଦିବାସୀ ସମ୍ପ୍ରଦାୟର ଗଣ୍ଡ ଜାତୀୟ ଦୈନିକ ଖଟିଖିଆ ପ୍ରାର୍ଥିନୀ ଅଟନ୍ତି । ଯେମାକାନ୍ତି ନିଜ ସ୍ଵାମୀ ପ୍ରେମ ସାଗର ଏବଂ ତିନି ଝିଅ, ଦୁଇପୁଅଙ୍କୁ ନେଇ ପ୍ରତିବର୍ଷ ଦାଦନ ଖଟିବାକୁ ଯାଇଥାନ୍ତି । କୁଡ଼ିଆ ଗୃହରେ ରହି କୁନି କୁନି ପିଲାମାନଙ୍କୁ ନେଇ ଦୈନିକ କୁଲି ମଜୁରିଆ କାମ କରି ନିଜ ପରିବାରର ଭରଣ ପୋଷଣ କରିଥାନ୍ତି । ଦୁଃଖର ବିଷୟ ଏହା ଯେ, ରହିବାକୁ ଘର ନାହିଁ ଓ ପ୍ରାୟ ତିନି ବର୍ଷ ହେବ ଚାଉଳ ମିଳୁନି ବୋଲି ସେ କହିଛନ୍ତି । ଚାଉଳ ମିଳୁନଥିବା ନେଇ ୱାର୍ଡ ନଂ ୫ର ୱାର୍ଡ ସଦସ୍ୟ ଗଣେଶ ତାଣ୍ଡିକୁ କହିବାରୁ ତାଙ୍କ କାଗଜାତ ପତ୍ର ସବୁ ନେଇଥିଲେ ଏବଂ ତୁରେକେଲା ବ୍ଲକ ବିଇଓଙ୍କୁ ଭେଟି ତୁମେ ପୁନର୍ବାର ରାସନ୍ କାର୍ଡ ଅନ୍‌ଲାଇନ୍ କର ବୋଲି କହିଥିଲେ । ତେବେ ପୁନର୍ବାର ରାସନ୍ କାର୍ଡ ଅନ୍‌ଲାଇନ୍ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଚାଉଳ ପାଇବାରେ ବଞ୍ଚିତ ଅଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ପ୍ରଶାସନ ତୁରନ୍ତ ତଦନ୍ତ କରି ଏହି ପରିବାରର ସଦସ୍ୟମାନଙ୍କୁ ଚାଉଳ ଦେବାର ବ୍ୟବସ୍ଥା କରାଯାଉ ବୋଲି ଗାଁ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.