ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ଓ ଅଗ୍ରେନ ଗ୍ରାମ ପଂଚାୟତରେ ପିଡିଏସ ଚାଉଳ ବଣ୍ଟନ ଅବହେଳା ଯୋଗୁଁ ଗରିବ ସେନା ସଭାପତି ରବି ମଂଗରାଜଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀ ବ୍ଲକ ଅଫିସ ଘେରାଉ କରିଥିଲେ । ଚାଉଳ ପାଇବା ପାଇଁ ଗତ ୨୯ ତାରିଖ ଦିନ କୋମନା ବିଡିଓଙ୍କୁ ୫ ଦଫା ଦାବୀପତ୍ର ପ୍ରଦାନ କରିଥିଲେ । ରଜନା ଗ୍ରାମ ପଂଚାୟତରେ ଗତ ୨୭ ତାରିଖ ଦିନ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ତାଲା ପକାଇଥିଲେ । ଅଭିଯୋଗ ଅନୁସାରେ ଗ୍ରାମବାସୀଙ୍କୁ ୩-୪ ମାସର ପିଡିଏସ ଚାଉଳ ବଣ୍ଟନ ଠିକ ଭାବରେ ହିତାଧିକାରୀଙ୍କୁ ଦେଉ ନ ଥିବାରୁ ଆଜି ଶତାଧିକ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ରଜନା ପଂଚାୟତକୁ ତାଲା ପକାଇଥିବାରୁ ୩-୪ ମାସର ଚାଉଳ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରତିଶ୍ରୁତି କାମ ନ ଆସିବାରୁ ପୁଣି ଆଜି ଗରିବ ସେନା ସଂଗଠନର ଆବାହକ ରବି ମଂଗରାଜ ଏବଂ ଶତାଧିକ ହିତାଧିକାରୀଙ୍କ ସହ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ଆଗାମୀ କିଛି ଦିନ ମଧ୍ୟରେ ହିତାଧିକାରୀଙ୍କୁ ତାଙ୍କ ବକେୟା ଚାଉଳ ନ ଦିଆଯାଏ ତା’ ହେଲେ ଆଗାମୀ ଦିନରେ ଜିଲ୍ଲାପାଳ ଅଫିସ ଘେରାଉ କରିବେ ବୋଲି ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି ।
Prev Post