କନ୍ଧପାଲିପଡାରେ ଏକ ବାହାଘର ଉତ୍ସବରୁ କ୍ୟାମେରା ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : କନ୍ଧପାଲିପଡାରେ ଏକ ବିବାହ ଉତ୍ସବରୁ କ୍ୟାମେରା ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଟାଉନ ପୋଲିସ ୨ ଜଣଙ୍କୁ ଗିରଫ୍‌ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଅପ୍ରେଲ ୨୫ ତାରିଖରେ କନ୍ଧପାଲିପଡାଠାରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ପାଟଣାଗଡ ଥାନା ଅନ୍ତର୍ଗତ ସରମୁହାଣ ଗ୍ରାମର ଅଭିନାଶ ସାହୁ ଉକ୍ତ ଉତ୍ସବରେ ଫଟୋ ଉଠାଉଥିଲେ । ତେବେ ତାଙ୍କ କ୍ୟାମେରା ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଗତକାଲି ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ କ୍ୟାମେରା ଜବତ କରିଥିବା ନେଇ ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.