ବଙ୍ଗୋମୁଣ୍ଡା, (ପୁସ୍ତମ୍ ଯୁଆଡି) : ବଙ୍ଗୋମୁଣ୍ଡା ବ୍ଲକ୍ କଁସିଲ ଗାଁରେ ଦୀର୍ଘ ୧୫ ଦିନ ହେବ ୭ଟି ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ । ଯାହା ଫଳରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କଁସିଲ୍ ଗ୍ରାମ ପଂଚାୟତର ମୁଖ୍ୟ ସ୍ଥଳ ହୋଇଥିବାରୁ ଆଖପାଖ ଗାଁ ଲୋକେ ମଧ୍ୟ ଦୋକାନ ବଜାର ପାଇଁ ଯିବା ଆସିବା କରିଥାନ୍ତି । କିନ୍ତୁ ଅନ୍ଧାର ଯୋଗୁଁ ବହୁତ୍ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ମତପ୍ରକାଶ ପାଇଛି । ଷ୍ଟ୍ରିଟ୍ ଲାଇଟ୍ ନ ଜଳିବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଉ ନାହାନ୍ତି ବୋଲି କୋସଲ ସଂଗ୍ରାମୀ କେକି ସିଂ ଭୋଇ ଦୁଃଖ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଯଦି ଏହାର ସମାଧାନ ନ କରାଗଲେ ଆନ୍ଦୋଳନ ପାଇଁ ଗାଁର ଯୁବ ଗୋଷ୍ଠୀ ଚେତାବନୀ ଦେଇଛନ୍ତି ।
Prev Post