ସିଙ୍ଗର୍‌ ତୀର୍ଥରାଜ ବାରିହାଙ୍କ ନାମରେ ଫେକ୍‌ ଆକାଉଣ୍ଟ ଅଭିଯୋଗ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ଥାନା ଅନ୍ତର୍ଗତ ଡୁମେରବାହାଲ ଗ୍ରାମର ସମ୍ବଲପୁରୀ ସିଙ୍ଗର୍‌ ତୀର୍ଥରାଜ ବାରିହା ବେଲପଡା ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ତାଙ୍କର ନାମକୁ କେହି ଜଣେ ବଦନାମ କରିବାକୁ ଚେଷ୍ଟା କରୁଛି ଓ ତାଙ୍କ ନାମରେ ବିଭିନ୍ନ ଆକାଉଣ୍ଟ ଖୋଲୁ ଥିବାର ଅଭିଯୋଗ କରିଛନ୍ତି । ସେ ଝିଅମାନଙ୍କର ଅଶ୍ଳୀଳ ଛବି ପୋଷ୍ଟ୍‌ କରି ବ୍ଲାକମେଲ୍‌ କରି ଟଙ୍କା ମାଗୁଛି ଓ ଚେତାବନୀ ମଧ୍ୟ ଦେଉଛି ବୋଲି ଅଭିଯୋଗ କରିଛନ୍ତି ସିଙ୍ଗର୍‌ ତୀର୍ଥରାଜ ବାରିହା । ତେବେ ସେ ବେଲପଡା ଥାନାର ଦ୍ୱାରସ୍ଥ ହୋଇ ଦୋଷୀକୁ ଦଣ୍ଡ ଦେବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.