ବାହାଡାପଲ୍ଲୀ ଗ୍ରାମବାସୀ ଘରବାରି ଗ୍ରାମକଣ୍ଠ ପଟ୍ଟା ଓ ଘରକୁ ଘର ପିଇବା ପାଣି ଯୋଗାଣ ଆଦିରୁ ସେବାରୁ ବଞ୍ଚିତ ଥିବା ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତଙ୍କୁ ଘରବାରି ଗ୍ରାମକଣ୍ଠ ପଟ୍ଟା ପ୍ରଦାନ ଏବଂ ଘର ଘରକୁ ପିଇବା ପାଣି ଯୋଗାଣ କରାଯିବା ନିମନ୍ତେ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି, ସତ କିନ୍ତୁ ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତର ବାହାଡାପଲ୍ଲୀ ଗ୍ରାମବାସୀ ଏ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ବୋଲି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ହୋଇଛି । ଏ ନେଇ ଏକ ପ୍ରତିନିଧି ଦଳ ଗତକାଲି ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏହି ଦୁଇଟି କ୍ଷେତ୍ରରେ ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତର ବାହାଡାପଲ୍ଲୀ ଗ୍ରାମବାସୀ ବଞ୍ଚିତ ହୋଇଥିବା ନେଇ ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି, ସମିତି ସଭ୍ୟା ମାମି ଦାସ । ବିଜେପି ନେତା ପ୍ରଶାନ୍ତ କରଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳରେ ମାମି ଦାସ, ସିମାଞ୍ଚଳ ଦାସଙ୍କ ସମେତ ଅନ୍ୟମାନେ ଭେଟି ଏହି ଦାବୀ ପତ୍ର ପ୍ରଦାନ କରିବା ସହ ଏହି ଦୁଇଟି ଦାବୀ ପୂରଣ ନ ହେଲେ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଦୀର୍ଘ ୬୦ ବର୍ଷରୁ ଅଧିକ କାଳ ଧରି ବସବାସ କରି ଆସୁଥିଲେ ମଧ୍ୟ ଘରବାରି ପଟ୍ଟା ମିଳିନଥିବା ଏବଂ ବସୁଧା ଯୋଜନାରେ ପାଣି ଟାଙ୍କିରୁ ପାଣି ଟେପ ଥିଲେ ମଧ୍ୟ ବର୍ଷ ବର୍ଷ ଧରି ପିଇବା ପାଣିରୁ ବଞ୍ଚିତ ହୋଇଛନ୍ତି, ଗ୍ରାମବାସୀ । ଘର ପଟ୍ଟା ପାଇଁ ଆର.ଆଇ. କାର୍ଯ୍ୟାଳୟ ରୁ ତହସିଲ କାର୍ଯ୍ୟାଳୟ ଏବଂ ପିଇବା ପାଣି ପାଇଁ ବିଡିଓଙ୍କ ଠାରୁ ଆରମ୍ଭ କରି ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ହାଲିଆ ହେଉଥିବା ବେଳେ କେହି ଶୁଣୁନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି କହି ଉକ୍ତ ପ୍ରତିନିଧିଦଳ ଦୃଢ଼ ଅଭିଯୋଗ କରି ଏହାର ସମାଧାନ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!