oum

କୁଶଙ୍ଗ ଏସ୍‌ବିଆଇ ଶାଖାରେ ଗ୍ରାହକଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ

jsm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶଙ୍ଗ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ହଇରାଣ କରାଯାଉଥିବା ନେଇ ବ୍ୟାଙ୍କର ବଲାଙ୍ଗିର ଆଞ୍ଚଳିକ ମହାପ୍ରବନ୍ଧକଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, କୁଶଙ୍ଗ ଗ୍ରାମର ରାଜେନ୍ଦ୍ର ନାରାୟଣ ଅଗ୍ରୱାଲ ନାମକ ଜନୈକ ବ୍ୟକ୍ତି ଏସ୍‌ବିଆଇ କୁଶଙ୍ଗ ଶାଖାରୁ ବିଭିନ୍ନ ସମୟରେ ଋଣ ଆଣି ତାକୁ ସୁଧମୂଳ ସହିତ ପରିଶୋଧ କରିଥାନ୍ତି । ବ୍ୟାଙ୍କରେ ତାଙ୍କର ଏକାଧିକ ଆରଡ଼ି ଓ ଫିକ୍ସ ଡିପୋଜିଟ ମଧ୍ୟ ରହିଛି । ତେବେ ତାଙ୍କ କେସ କ୍ରେଡିଟ ଏକାଉଣ୍ଟରେ ଲକ୍ଷେ ଟଙ୍କା ବଳକା ଥିବା ବେଳେ କୁଶଙ୍ଗ ଶାଖା ପରିଚାଳକ ତାଙ୍କୁ ବ୍ୟାଙ୍କକୁ ଡକାଇ ଆରଡ଼ି ଓ ଫିକ୍ସ ଡିପୋଜିଟ ଏକାଉଣ୍ଟକୁ ଭାଙ୍ଗି ଟଙ୍କା ପରିଶୋଧ କରିବା ପାଇଁ ବାଧ୍ୟ କରିଥିବା ରାଜେନ୍ଦ୍ର ଅଭିଯୋଗ କରିଛନ୍ତି । ଏପରିକି ପରିଚାଳକ ତାଙ୍କୁ ପାଗଳ ବୋଲି ଆକ୍ଷେପ କରିବା ସହିତ କେହି ତାଙ୍କର କିଛି କରିପାରିବେ ନାହିଁ ବୋଲି ସେ ବାହାସ୍ଫୋଟ ମାରୁଥିବା ରାଜେନ୍ଦ୍ର ଅଭିଯୋଗ କରିଛନ୍ତି । ବ୍ୟାଙ୍କର ଜଣେ ନିୟମିତ ଗ୍ରାହକ ହୋଇଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏତାଦୃଶ ବ୍ୟବହାର ତାଙ୍କୁ ବ୍ୟଥିତ କରିଥିବା ସେ ପ୍ରକାଶ କରିଛନ୍ତି । ବହୁବିଧ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଥିବା କୁଶଙ୍ଗ ଏସ୍‌ବିଆଇ ଶାଖାକୁ ପରିଦର୍ଶନରେ ଆସି ଉପଯୁକ୍ତ ତଦନ୍ତ କରାଯିବା ସକାଶେ ରାଜେନ୍ଦ୍ର ଏସ୍‌ବିଆଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବୀ କରିଛନ୍ତି । ଅଭିଯୋଗ ବାବଦରେ ଏସ୍‌ବିଆଇ କୁଶଙ୍ଗ ଶାଖାର ପରିଚାଳକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା ।

Leave A Reply

Your email address will not be published.