ବୃଦ୍ଧଙ୍କୁ ମାଡ଼ ମାରିବା ଅଭିଯୋଗରେ ଜେଲ୍ ଗଲେ ପୂର୍ବତନ ସରପଞ୍ଚ ଓ ସମବାୟ ସମିତି ସଭାପତି

ସାନଖେମୁଣ୍ଡି : ବୃଦ୍ଧଙ୍କୁ ମାଡ଼ ମାରି ଲହୁ ଲୁହାଣ କରିବା ସହ ହତ୍ୟା ଧମକ୍‌ ଦେବା ଅଭିଯୋଗରେ ଜେଲ୍ ଗଲେ ପୂର୍ବତନ ସରପଞ୍ଚ ଓ ସମବାୟ ସମିତି ସଭାପତି । ସୂଚନା ଅନୁସାରେ, ଗତ ୩୧ ତାରିଖ ସନ୍ଧ୍ୟାରେ ଗୌତମୀ ଗ୍ରାମର ରାଜ କୁମାର ଲେଙ୍କା (୬୦)ଙ୍କୁ ଗୌତମୀ ବାବାଜୀବନ୍ଧ ସାହି ନିକଟରେ ମାଡ ମାରି ହତ୍ୟା ଧମକ୍‌ ଦେଇଥିଲେ । ଏନେଇ ରାଜ କୁମାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତ ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ଵାଇଁ ଓ ଗୌତମୀ ସେବା ସମବାୟ ସମିତି ସଭାପତି ରାଜୁ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସୁଶାନ୍ତ ସ୍ଵାଇଁ ଓ ରାଜୁ ବେହେରାଙ୍କୁ ବ୍ରହ୍ମପୁର ଜେଲ୍‌କୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!