oom

ବିଜାଖମନଠାରେ ଜଣେ ଚାଷୀଙ୍କ ଜମିରେ ଗୋମାତାକୁ ହତ୍ୟା କରି ମାଂସ ନେଇ ଯାଇଥିବା ଥାନାରେ ଅଭିଯୋଗ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜାଖମନଠାରେ ଅନିରୁଦ୍ଧ ମାଝୀ ନାମକ ଜଣେ ଚାଷୀଙ୍କ ଜମିରେ ଗୋମାତାକୁ ହତ୍ୟା କରି ମାଂସ ନେଇ ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅନିରୁଦ୍ଧଙ୍କ ଅଭିଯୋଗ ଅନୁସାରେ, ସେ ଆଜି ସକାଳେ ଶୌଚ ହେବା ପାଇଁ ଯାଉଥିବା ବେଳେ ତାଙ୍କର ଚାଷ ଜମିରେ ଉକ୍ତ ଗ୍ରାମର ଜ୍ୟେଷ୍ଠ ନାଗ, ଗେଥଲ ବାରିକ ଓ ଅନ୍ୟମାନେ ଏକ ଗୋମାତାକୁ ବାନ୍ଧିଥିବା ଦେଖିଥିଲେ । କିଣାବିକା କରିବା ଉଦ୍ଦେଶ୍ୟରେ ଗୋମାତା ବାନ୍ଧିଥିବେ ଭାବି ଅନିରୁଦ୍ଧ ସେଠାରୁ ଚାଲି ଯାଇଥିଲେ । ହେଲେ ସନ୍ଧ୍ୟାରେ ଚାଷ ଜମି ଆଡକୁ ବୁଲି ଆସିବାରୁ ସେଠାରେ ଉକ୍ତ ଗୋମାତାର ଚମଡା ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ଗ୍ରାମର ବ୍ୟକ୍ତିମାନଙ୍କୁ ପଚାରିବାରୁ ସେମାନେ ମାଂସ ଭାଗ ବଣ୍ଟା କରି ନେଇଯାଇଥିବା କହିଥିଲେ । ତେବେ ଏକ ହୃଷ୍ଟ ପୃଷ୍ଟ ଗୋମାତାକୁ ଅତି ନିର୍ମମ ଭାବରେ ହତ୍ୟା କରି ତାର ମାଂସକୁ ନେଇ ଯାଇଥିବା ବିଷୟକୁ ନେଇ ସେ ଟାଉନ ପୋଲିସଠାରେ ଲିଖିତ ଅଭିଯୋଗ କରିଥିବା ବେଳେ ଘଟଣାର ତଦନ୍ତ କରି ସମସ୍ତ ଗୋ ହତ୍ୟାକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.