
ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଲାଠୋର ଗ୍ରାମରେ ଜଣେ ଯୁବକଙ୍କୁ ତିନି ଜଣ ଯୁବକଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଲାଠୋର ଗ୍ରାମର ତଲିପଡାରେ ରହୁଥିବା କମଲ ପାତ୍ରଙ୍କୁ ସେହି ପଡାର ତିନି ଜଣ ଯୁବକ ମାୟାଧର, କୁନ୍ତ, ବୁଲୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ କରିଥିବା କମଲ ଗଣମାଧ୍ୟମ ଆଗରେ ଜଣାଇଛନ୍ତି । କମଲଙ୍କ କହିବା ମୁତାବକ ସଂନ୍ଧ୍ୟା ୮ଟା ସମୟରେ କୌଣସି ଘଟଣାକୁ ନେଇ କମଲଙ୍କ ଭାଇଙ୍କ ସହିତ ଉକ୍ତ ଯୁବକମାନଙ୍କ ଝଗଡ଼ା ହେଉଥିଲା ଏହା ଦେଖି କମଲ ଝଗଡା ବନ୍ଦ କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ଯୁବକ ମାନେ ତାଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ କମଲ ଲାଠୋର ଥାନାକୁ ଅଭିଯୋଗ କରିବା ପାଇଁ ଯାଇଥିଲେ ସେଠାରେ ତାଙ୍କୁ ପ୍ରଥମେ ନିଜର ଚିକିତ୍ସା କରାଇ ନିଅ ଓ ସେଠାରୁ ଆସି ଏତଲା ଦେବାକୁ କୁହାଯାଇଥିଲା । ସେଠାରୁ ଫେରିଆସି ସେ ପାଟଣାଗଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଇଛନ୍ତି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ମୁତାବକ ତାଙ୍କର ଅବସ୍ଥା ଏବେ ଠିକ୍ ଥିବା ଜଣାପଡିଛି ।