ପରିବା ବେପାରିଙ୍କୁ ପିସ୍ତଲ ଦେଖାଇ ବାଇକ ଲୁଟ୍‌ ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଯୋଗିମୁଣ୍ଡା ଗ୍ରାମର ଜଣେ ପରିବା ବେପାରିଙ୍କୁ ଏକ ନକଲି ପିସ୍ତଲ ଦେଖାଇ ଦୃବୃତ୍ତମାନେ ତାଙ୍କ ବାଇକ ଲୁଟି ନେଇଥିବା ନେଇ ପରିବା ବେପାରି ଗୋପ ପୁଟେଲ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ପ୍ରତିଦିନ ଭଳି ଗୁରୁବାର ଭୋର ୪ଟାରୁ ଗୋପ କିଛି ପରିବା ନେଇ ପାଟଣାଗଡ଼ ସହରକୁ ଆସୁଥିଲେ । ବାଲିପଟା ଓ ବିଲାଇସାଥୀ ମଝିରେ ଥିବା ପୋଲ ନିକଟରେ ଦୁଇ ମୁଖାପିନ୍ଧା ଦୃବୃତ୍ତ ଗୋପଙ୍କୁ ଅଟକାଇ ଥିଲେ । ଗୋପ ଅଟକିବା ପରେ ସେହି ଦୁଇ ଦୃବୃତ୍ତମାନେ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ଅତର୍କିତ ଭାବେ ଆକ୍ରମଣ କରି ଲୁହଲୁହାଣ କରିଥିଲେ । ପରେ ଦୃବୃତ୍ତ ମାନେ ତାଙ୍କୁ ଏକ ପିସ୍ତଲ ଦେଖାଇ ଗୋପଙ୍କ ଗ୍ଲେମର ବାଇକ୍‌ଟିକୁ ଲୁଟି ଫେରାର ମାରିଥିଲେ । ଏହା ପରେ ଗୋପ ନିଜ ଭାଇକୁ ଖବର ଦେବା ପରେ ଘଟଣାସ୍ଥଳରେ ତାଙ୍କ ଭାଇ ପହଞ୍ଚି ଗୋପକୁ ଉଦ୍ଧାର କରି ପାଟଣାଗଡ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ । ଗୋପଙ୍କ ମୁଣ୍ଡରେ ଗଭୀର ଆହତ ଲାଗିଥିବା ବେଳେ ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରଛି । ପ୍ରାଥମିକ ତଦନ୍ତରୁ ତାହା ଏକ ନକଲି ପିସ୍ତଲ ବୋଲି ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!