ଯୋଗ୍ୟ ଗରିବ ବୃଦ୍ଧବୃଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ଗ୍ରାମ ପଞ୍ଚାୟତ ଭାଲୁଡୁଙ୍ଗୁରି ଗ୍ରାମର ବୃଦ୍ଧବୃଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଭାଲୁଡୁଙ୍ଗୁରି ଗ୍ରାମର ବସୁଦେବ ନାଏକ(୮୩), ପ୍ରଭାତି ନାଏକ(୭୫) ଓ ଝିଅ ଗୁଲାପୀ ନାଏକ(୪୦) ଦୀର୍ଘ ଦିନ ହେବ ଏମାନେ ଭଙ୍ଗା ଦଦରା ମାଟି କୁଡିଆରେ ଦିନ ଅତିବାହିତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଅନେକ ଥର ଆବେଦନ କରି ଥକି ଗଲେଣି, କିନ୍ତୁ ଆବାସ ଗୃହ ପାଇପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ବସୁଦେବର ପରିବାର ସରକାରଙ୍କ ୫ କେଜି ଚାଉଳ ଓ ୫୦୦ ଟଙ୍କା ଭତ୍ତା ପାଉଛନ୍ତି । ଗ୍ରାମର କିଛି ନେତା ବସୁଦେବଙ୍କ ଠାରୁ ୨ରୁ ୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.