ଦୋକାନୀଙ୍କ ଠାରୁ ୧୧ ଲକ୍ଷ ଲୁଟ୍‌ ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ହସ୍ପିଟାଲ ରୋଡ୍‌ର ଏକ ଏସି ମରାମତି ଦୋକାନ ମାଲିକ ମହମ୍ମଦ ଜିସାମଙ୍କଠାରୁ ମଙ୍ଗଳବାର ଲୁଟ୍‌ ହୋଇଥିବା ଜଣାପଡିଛି । ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତମାନେ ଏକ ପଲସର ବାଇକ୍‌ରେ ଆସି ତାଙ୍କ ଠାରୁ ୧୧ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ସିସିଟିଭିକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ମହମ୍ମଦ ଜିସାମ ଓ ଜଣେ କର୍ମଚାରୀ ୧୧ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଦୋକାନ ଖୋଲିବା ପାଇଁ ଦୋକାନକୁ ଆସିଥିଲେ । ଦୋକାନ ସଟର ଖୋଲିବା ସମୟରେ ଟଙ୍କା ବ୍ୟାଗଟିକୁ ତଳେ ଥୋଇ ଦେଇଥିଲେ । ହଠାତ୍‌ ଜଣେ ଯୁବକ ପହଞ୍ଚି ଟଙ୍କା ବ୍ୟାଗ୍‌ ଧରି ଫେରାର ହେବା ପାଇଁ ଉଦ୍ୟମ କରିଥିଲେ । ଦୋକାନ କର୍ମଚାରୀ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ହେଲେ ଲୁଟେରା ଜଣକ ତାଙ୍କୁ ଠେଲି ଟଙ୍କା ବ୍ୟାଗ ଧରି ଅନ୍ୟ ଜଣଙ୍କ ସହ ବାଇକ୍‌ରେ ଫେରାର ହୋଇଯାଇଥିଲେ । ଏ ନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି । ପୋଲିସ ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

Leave A Reply

Your email address will not be published.