jayashree

ମାଳିପଡା ଅଂଚଳରେ ଛୁରା ମାଡ କରି ଜଣେ ଯୁବକଙ୍କ ଠାରୁ ଟଙ୍କା ଲୁଟ୍‌ ଅଭିଯୋଗ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମାଳିପଡା ଅଂଚଳରେ ଛୁରା ମାଡ କରି ଜଣେ ଯୁବକଙ୍କ ଠାରୁ ଟଙ୍କା ଲୁଟ୍‌ ହୋଇଥିବା ଖବର ମିଳିଛି । ଲୁଟ୍‌ର ଶିକାର ହୋଇଥିବା ଯୁବକ ଜଣକ ହେଲେ ମୋତିଜିରା ଅଂଚଳର ଏମ୍‌ଡି ମୟୁଉଦ୍ଦିନ ଖାତ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଏମ୍‌ଡି ମୟୁଉଦ୍ଦିନ ଆସୁଥିବା ସମୟରେ ମାଳିପଡା ଅଂଚଳରେ କିଛି ଯୁବକ ଅଟକାଇଥିଲେ ଓ ଛୁରା ମାଡ କରି ମୟୁଉଦ୍ଦିନଙ୍କ ଠାରୁ ୨୦ ହଜାର ଟଙ୍କା ଲୁଟି ନେଇଥିଲେ । ତେବେ ଏହି ଘଟଣାକୁ ନେଇ ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ ଆସିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.