jayashree

ବର୍ଷ ବର୍ଷ ଧରି ଅନ୍‌ଲାଇନ କରି କାଳିଆ ଯୋଜନା ସହ ଭତ୍ତା ଓ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ଷ ବର୍ଷ ଧରି ଅନ୍‌ଲାଇନ କରି କାଳିଆ ଯୋଜନା ସହ ଭତ୍ତା ଓ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ଥିବା ଭଳି ଅଭିଯୋଗ ଆସିଛି ପଦ୍ମପୁର ବ୍ଲକ ଦହେଗାଁ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଡ଼ିହି ଗାଁରୁ । ସୂଚନା ଅନୁସାରେ ବ୍ରାହ୍ମଣଡ଼ିହି ଗାଁର ଗୁରୁବାରୁ ସାହାଣୀ ଦିନ ମଜୁରୀଆ ଅଟନ୍ତି । କାଳିଆ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଓ ଘର ଟିଏ ପାଇ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେୁଛି । ଗୁରୁବାରୁଙ୍କ ଘରେ ତାଙ୍କ ସ୍ତ୍ରୀ ମୁଖି ଓ ଗୋଟିଏ ଝିଅ ରହନ୍ତି ହେଲେ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଓ ଘରଟିଏ ପାଇ ନ ଥିବାରୁ ସେମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି । ବାରମ୍ଵାର ବ୍ଲକ ଓ ପଞ୍ଚାୟତ ଅଫିସ ଦୌଡ଼ି ଦୌଡ଼ି ହଇରାଣ ହେଉଛନ୍ତି । କିନ୍ତୁ ପ୍ରଶାସନର ଅବହେଳା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାଳିଆ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଓ ଘରଟିଏ ପାଇଁ ଦୀର୍ଘ ବର୍ଷ ଧରି ଅନ୍‌ଲାଇନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଜନ ସାଧାରଣ ନିବେଦନ କରିଛନ୍ତି ।

Leave A Reply

Your email address will not be published.