ls

ବନବିଭାଗ କାର୍ଯ୍ୟାଳୟକୁ ଯାଇ ପଥର ମାଡ ଓ ହତ୍ୟା ଧମକ ଅଭିଯୋଗ : ୩ ଗିରଫ

sb

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବନବିଭାଗ କାର୍ଯ୍ୟାଳୟକୁ ଯାଇ ଶାଗୁଆନ ଗଛ ଚୋରମାନେ ପ୍ରଦୀପ ଶର୍ମା କଣ୍ଟାବାଞ୍ଜି, ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମେରଚୁଆର ରାଜେଶ ତରିଆ ଓ ଲୋକନାଥ ନାଗ ବନବିଭାଗ କର୍ମଚାରୀମାନଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରି ପଥର ମାଡ଼ ସହିତ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ବନବିଭାଗ କର୍ମଚାରୀମାନେ ରେଞ୍ଜର ଶରଧାକର ବଡମାଲି, ଫରେଷ୍ଟର ବିଘ୍ନରାଜ ରାଜ, ମହୁଲପାଟି ଫରେଷ୍ଟର ନୃତ୍ତମ ମହାନନ୍ଦ, ଚନ୍ଦ୍ରକାନ୍ତି ସୁନା ଏଫ୍‌ଜି, ମିତାଞ୍ଜଳି ନିଆଁଲ ସମ୍ମେତ ଅନ୍ୟ କର୍ମଚାରୀ ବୃନ୍ଦ ଅଭିଯୋଗ କରିଛନ୍ତି । ସେମାନଙ୍କ ଠାରୁ ତିନୋଟି ଶାଗୁଆନ ଗଛ ଗଣ୍ଡି ପ୍ରାୟ ୫.୨୬ ସିଏଫ୍‌ଟି, ପ୍ଲେଜର ସ୍କୁଟି ଓଆର୍‌ ୦୩ ଏଚ୍‌ ୦୬୭୬ ସହିତ ଜବତ କରିଥିଲେ । ତିନି ଅଭିଯୁକ୍ତଙ୍କୁ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଯାଇଛି ।

pc pk
Leave A Reply

Your email address will not be published.