centurian jitm

ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ କାର୍ୟ୍ୟାଳୟଠାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଏସ୍‌ପି ନିତିନ କୁଶଳକର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁଶାନ୍ତ କୁମାର ସିଂ ଉପସ୍ଥିତ ରହି ଲୋକମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଆସିଥିବା ମୋଟ ୮୫ଟି ଅଭିଯୋଗ ଦରଖାସ୍ତ ଭିତରୁ ଜିଲ୍ଲାପାଳ ତୁରନ୍ତ ୧୩ଟି ସମସ୍ୟାର ସମାଧାନ କରିଥିଲେ । ଅନ୍ୟ ଅଭିଯୋଗ ଗୁଡ଼ିକୁ ବିଚାର କରି ଶୀଘ୍ର ତାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ପାଟଣାଗଡ଼ ବ୍ଲକ ୩୦ଟି ପଞ୍ଚାୟତର ଜନସାଧାରଣ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ନେଇ ଆସିଥିବା ବେଳେ ସେଥିମଧ୍ୟରୁ ରହିଥିଲା ଚିକିତ୍ସା ସେବା, ଭତ୍ତା, ରାସ୍ତାଘାଟ, ୨୦୨୧ ବର୍ଷର ପ୍ରଧାନମନ୍ତ୍ରୀ ବୀମା ରାଶି, ଆଧାର କାର୍ଡ, ପାନୀୟଜଳ ଆଦି ସମସ୍ୟା ମଧ୍ୟରୁ ୭୨ଟି ବ୍ୟକ୍ତିଗତ, ୧୮ଟି ସାମୁହିକ ସମସ୍ୟା ତତ୍‌କ୍ଷଣାତ ସମାଧାନ, ୧ଟି ରେଡକ୍ରସ ରହିଥିବା ବେଳେ ଏସ୍‌ପି ନିତିନ କୁଶଳକର ସାମାଜିକ ସୁରକ୍ଷା ଯୋଜନାରୁ ବେହେରାବନ୍ଦ, ଘୁଚେପାଲି ଦିବ୍ୟାଙ୍ଗ ଦୀପା ଛତ୍ରିଆ ଏବଂ ଦିପିକା ଛତ୍ରିଆଙ୍କ ହୁଇଲଚେୟାର, ଘୁଚେପାଲି ଗାଁର ଦିବ୍ୟାଙ୍ଗ ରୋଜି ମେହେର ଓ ରାମପୁରର ଦିପକ ମେହେରଙ୍କୁ ସିପି ଚେୟାର ଓ ଏମ୍‌ବିପିୱାଇ-ଡିପି ଯୋଜନାରେ ରୋଜି ମେହେର ଓ ସାଲେପାଲି ପଞ୍ଚାୟତ କର୍ଲାମାଲ ସାବିତ୍ରୀ ତାଣ୍ଡିଙ୍କ ଅନୁମୋଦନ ଭତ୍ତା ପ୍ରଦାନ କରିଥିଲେ । ଏହା ସହ ପାଟଣାଗଡ଼ ବ୍ଲକ ଉଲବା ଗାଁର ଅନିତା ମେହେରଙ୍କ ଅଧିକ ଚିକିତ୍ସା ସେବା ପାଇଁ ସହାୟତା ରାଶି ଲାଗି ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ ତାଙ୍କୁ ପ୍ରଶାସନ ପକ୍ଷରୁ ମାଗାଣାରେ ସ୍ମାଟ ସ୍କେନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଦିଲିପ ତାଣ୍ଡି ଓ ଚାନ୍ଦିନୀ ବାଗ, ଭରଦ୍ୱାଜ ମେହେର ଓ ଗୁଲାପି ମେହେରଙ୍କୁ ବିବାହ ସହାୟତା ରାଶି ୨ ଲକ୍ଷ ୫୦ ହଜାର ଟଙ୍କା ଚେକ ପ୍ରଦାନ କରାଯାଇଥିଲା । ସେହିପରି ଚିକିତ୍ସା ସହାୟତା ବାବଦରେ କୁଇବାହାଲ, ସମରସିଂହା ଗ୍ରାମର ବହ୍ଲବୀ ଛୁରାଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ତେଣ୍ଡାପଦର ଗ୍ରାମର ସଂଜୀବ କୁମାର ନାଏକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାଟଣାଗଡ ବିଡିଓ ନୀଳମାଧବ ସୁନା, ବିଏସ୍‌ଏସ୍‌ଓ କମଳାକାନ୍ତ ବାରିକ, ପିଡି, ଡିଆରଡିଏ, ଡିଏଫ୍‌ ଓ ତହସିଲଦାର ଡ଼ ପୁଷ୍ପାଞ୍ଜଳି ପଣ୍ଡା, ସହକାରୀ ଜିଲ୍ଲାପାଳ‌ କ୍ଷିରୋଦ୍ର ଚନ୍ଦ୍ର ସାହୁ, ଉପଖଣ୍ଡ ଚିକିତ୍ସା ଅଧିକାରୀ, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଲୋକ ସୂଚନା ଅଧିକାରୀ ସଞ୍ଜିବ ମହାନ୍ତିଙ୍କ ସମେତ ଉପଖଣ୍ଡର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.