
ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପେକ୍ସରୁ ଚୋରି ଅଭିଯୋଗ ହୋଇଛି । ପେକ୍ସ ସମ୍ପାଦକ ଶ୍ରଦ୍ଧାକର ପୁଟେଲ ଏନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ପେକ୍ସରୁ ମଙ୍ଗଳବାର ରାତିରେ ଗୋଟିଏ ବ୍ୟାଟେର, ୨ଟି ବଡ ତାରପୋଲିନ, ଗୋଟିଏ ଓଜନ ମେସିନ ଚୋରି ହୋଇଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।