ଝାରମୁଣ୍ଡା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ମାହାରପାଲି ଛକରେ ଜୁଆ ଆଡ୍ଡା ଚାଲିଥିବା ଅଭିଯୋଗ ହୋଇଛି । ଏହା ବଲାଙ୍ଗିର ଓ ବରଗଡ ଜିଲ୍ଲାର ସୀମାରେ ଥିବାରୁ ଏବଂ ପାଖରେ କୌଣସି ଥାନା ନଥିବାରୁ ଉଭୟ ଜିଲ୍ଲାର ଜୁଆଡିମାନଙ୍କ ଏଠାରେ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି । ସେହିପରି ବେଆଇନ ନିଶା କାରବାର ମଧ୍ୟ ଚାଲିଛି । ତେଣୁ ଅଞ୍ଚଳରେ ଚୋରି ଘଟଣା ବଢୁଥିବା ମଧ୍ୟ ଅଭିଯୋଗ ହେଉଛି । ଏହି ଜୁଆଡିମାନଙ୍କ ବିରୋଧରେ ଉଚିତ ପଦକ୍ଷେପ ନେଇ ଏବଂ ମାହାରପାଲି ଛକରେ ଗୋଟିଏ ପୁଲିସ ଫାଣ୍ଡି କରିବା ପାଇଁ ଅଞ୍ଚଳରେ ଦାବୀ ହେଉଛି ।
Prev Post