ରାସ୍ତା କାମରେ ମାଟି ପକାଇବା ନେଇ ମାଡପିଟ : ଥାନାରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ବରତୁଣ୍ଡା ଗ୍ରାମରେ ଏକ ରାସ୍ତା କାମରେ ମାଟି ପକାଇବା ନେଇ ମାଡପିଟ ଯୋଗୁଁ ପାଇକମାଲ ଥାନାରେ ଅଭିଯୋଗ ହେଇଛି । ଲିଖିତ ଏତଲା ଅନୁଯାୟୀ ବରତୁଣ୍ଡା ଗ୍ରାମର କୃଷ୍ଣ କୁମାର ପଟେଲ ଗତ ୧୦ ତାରିଖ ଦିନ ସନ୍ଧ୍ୟା ସମୟରେ ନିଜ ଘର ସାମ୍ନାରେ ବସିଥିବା ବେଳେ ଗ୍ରାମର ଦୁର୍ଲ୍ଲଭ ପ୍ରଧାନ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ବାଡ଼ିରେ ମୁଣ୍ଡ ଓ ଅଣ୍ଟାରେ ମାଡ଼ ମାରିବା ଫଳରେ କୃଷ୍ଣଙ୍କ ମୁଣ୍ଡ ଫୁଲିବା ସହ ଅଣ୍ଟା ଦରଜ ଯୋଗୁଁ ଚାଳିବାରେ କଷ୍ଟ ହେଉଥିବା ଏତଲାରେ ଦର୍ଶାଇଛନ୍ତି । ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଦର୍ଶାଇଛନ୍ତି । ଏକ ରାସ୍ତା କାମ ପାଇଁ ଜନୈକ ଠିକାଦାରଙ୍କ ଦୁର୍ଲ୍ଲଭଙ୍କ ଜମି ମାଟି ଆଣି ରାସ୍ତାରେ ପକାଇଥିଲେ କିନ୍ତୁ ଉକ୍ତ ଜମିରୁ ପଥର ବାହାରିବାରୁ ଠିକାଦାର ଜଣକ ମାଟି ଆଣି ନଥିଲେ । ଠିକାଦାରଙ୍କ ମନସୀ ନିତ୍ୟାନନ୍ଦ ପ୍ରଧାନ କୃଷ୍ଣଙ୍କ ପାଖକୁ ଯାଇ ତାଙ୍କ ଜମିରୁ ମାଟି ନେବା ପାଇଁ କହି ମାଟି ନେଉଥିଲେ । ଏହାକୁ ବିରୋଧ କରି ଦୁର୍ଲ୍ଲଭ କୃଷ୍ଣଙ୍କୁ ମାଡ ମାରିବା ଓ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ନେଇ କୃଷ୍ଣ କୁମାର ପଟେଲ ପାଇକମାଲ ଥାନା ଏତଲା ଦେଇଛନ୍ତି ।

jittmm
Leave A Reply

Your email address will not be published.