ସରକାରୀ ଅନୁଦାନ ଆତ୍ମସାତ ଅଭିଯୋଗ : ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଡୁଆଝର ପଂଚାୟତ ଅର୍ନ୍ତଗତ ସମସେରପଦର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସିଥିବା ବିଭିନ୍ନ ଅନୁଦାନକୁ ପ୍ରଧାନ ଶିକ୍ଷକ ହେରଫେର କରୁଥିବା ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ୨୦୨୦-୨୧ ଓ ୨୧-୨୨ ବର୍ଷ ପାଇଁ ଏମ୍‌ଡିଏମ୍‌ ବାବଦକୁ ଆସିଥିବା ଅର୍ଥ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ପରିଚାଳନା କମିଟିର ବିନା ପରାମର୍ଶରେ ଅର୍ଥ ଆତ୍ମସାତ କରିଥିବାର ଜଣାପଡିଛି । ସେହିପରି ୨୦୨୦ ସେପ୍ଟେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ଏମ୍‌ଡିଏମ୍‌ ଛାତ୍ର ଛାତ୍ରୀଙ୍କ ୪୫୫ ଟ ୨୮ ପଇସା ଦେବା ବଦଳରେ ୪୦୦ ଟ ଦେଇଛନ୍ତି । ପୁଣି ୨୦୨୧ ଜାନୁଆରୀରୁ ମାର୍ଚ୍ଚ ମାସ ଜଣ ପିଛା ୩୭୯ ଟ୪୦ ପଇସା ବଦଳରେ ୩୦୦ ଟ ଦେଇଛନ୍ତି । ଜୁଲାଇ ମାସରୁ ଡିସେମ୍ବର ମାସ ପର୍ୟ୍ୟନ୍ତ ଦେବାକୁ ଥିବା ଚାଉଳ ଛାତ୍ର ଛାତ୍ରୀ ମାନଙ୍କୁ ଦେଇ ନାହାନ୍ତି । ଷ୍ଟକ ରେଜିଷ୍ଟାର ସୂଚନା ଅନୁଯାୟୀ ହେରଫେର ହୋଇଥିବା ଜଳଜଳ ଦିଶୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱରୁ ଅବ୍ୟାହତ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ମହୋହୟା, ଖଡିଆଳ ବିଡିଓ ଓ ଗୋଷ୍ଠୀଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.