ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ସହ ମହିଳାଙ୍କୁ ଆକ୍ରମଣ ଅଭିଯୋଗ

ଚଣ୍ଡିଖୋଲ : ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ସହ ବୃଦ୍ଧଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବଣିଆରୀ ଗ୍ରାମର ଦୁଇ ଘରୁ ବିଳମ୍ବିତ ରାତିରେ ଚୋର ମାନେ ପଶି ୨ ଲକ୍ଷ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବଣିଆରୀ ଗ୍ରାମର ପ୍ରଶାନ୍ତ ସାମଲଙ୍କ ଘରେ ବିଳମ୍ବିତ ରାତିର ଚୋର ପଶି ବାକ୍ସ ଭାଙ୍ଗି ନଗଦ ଟଙ୍କା, ସୁନା ଅଳଙ୍କାର ଲୁଟିନେଇ ଘରଠାରୁ ଅଳ୍ପ ଦୂରରେ ବାକ୍ସ ଫିଙ୍ଗି ଦେଇଥିଲେ । ସେହିପରି ଗ୍ରାମର ବାମଦେବ ପରିଡାଙ୍କ ଘରୁ ମଧ୍ୟ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କୁ ପ୍ରତିରୋଧ କରିବାକୁ ଯାଇ ବାମଦେବଙ୍କ ପତ୍ନୀଙ୍କୁ ଦୁର୍ବୃତ୍ତ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି । ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଁଚି ଘଟଣାର ଅଧିକ ତଦନ୍ତ ଚଳାଇଛି । ବାଲିଚନ୍ଦ୍ରପୁର ଥାନା ଅଧୀନରେ ବିଭିନ୍ନ ସ୍ଥାନରୁ ଚୋରି ଖବର ସାମ୍ନାକୁ ଆସୁଥିବା ବେଳେ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ତା କଡାକଡି କରିବା ପାଇଁ ଦାବୀ ହୋଇଛି ।

Leave A Reply

Your email address will not be published.