
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ସର୍ବସାଧାରଣଙ୍କ ନିମନ୍ତେ ଅଭିଯୋଗ ଶୁଣାଣି ପୁଣି ଆରମ୍ଭ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଛତ୍ରପୁରରୁ ମିଳିଥିବା ଏକ ସରକାରୀ ବିଜ୍ଞପ୍ତିରୁ ଜଣାଯାଇଛି । ସୂଚନା ଯୋଗ୍ୟ ଯେ, କୋରନା କଟକଣା ଲାଗି ତାଲାବନ୍ଦ ଏବଂ ଅନ୍-ଲକ୍ ଜାରୀ ହୋଇଥିବା କାଳରେ ସର୍ବସାଧାରଣରେ ଲୋକଙ୍କ ଅଭିଯୋଗ ଶୁଣାଣି ବନ୍ଦ ଥିଲା । ଏହା ଚଳିତ ଅପ୍ରେଲ ମାସ ୧୮ ତାରିଖ ଠାରୁ ଆରମ୍ଭ ହେଉଅଛି । ପ୍ରତ୍ୟେକ ଅଭିଯୋଗ ଶୁଣାଣି ଦିନର ପ୍ରାରମ୍ଭିକ ପର୍ଯ୍ୟାୟରେ ନିର୍ଦ୍ଧାରିତ ସମୟ ୧୦ ଘଣ୍ଟା ଠାରୁ ୧୧ଘଣ୍ଟା ମଧ୍ୟରେ ଭିନ୍ନକ୍ଷମ ଲୋକଙ୍କ ପାଇଁ ସମୟ ଧାର୍ଯ୍ୟ କରାଯାଉଥିବା ବେଳେ ଏବଂ ନିର୍ଦ୍ଧାରିତ ସମୟ ୧୧ଘଣ୍ଟା ପରଠାରୁ ସର୍ବସାଧାରଣ ଲୋକଙ୍କ ପାଇଁ ସମୟ ଉପଲବ୍ଧ ହେଉଥିବା ବିଷୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ମିଳିଥିବା ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି । ଛତ୍ରପୁରସ୍ଥ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପୁରୁଣା ସମ୍ମିଳନୀ କକ୍ଷ ଅର୍ଥାତ ଜଉଗଡ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶୁଣାଣି କରିବେ ବୋଲି ସ୍ୱଷ୍ଟ ହୋଇଛି । ଜନସଧାରଣ ଏ ଦିଗରେ ଧ୍ୟାନଦେଇ ଏହାର ସୁଯୋଗ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।