ଘର କବାଟ ଭାଙ୍ଗି ଚୋରି କରି ନେଇଥିବା ଅଭିଯୋଗ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଲେଙ୍କାଖାଲି ଗାଁରୁ ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘର କବାଟ ଭାଙ୍ଗି ଚୋରି କରି ନେିଥିବା ଅଭିଯୋଗ ହୋଇଛି । ଗାଁର ନିକୁଞ୍ଜ ପ୍ରଧାନ ଏବଂ ସହଦେବ ଦଳାଇଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ଗାଁର ନିକୁଞ୍ଜ ପ୍ରଧାନ ଏବଂ ସହଦେବ ଦଳାଇ ନିଜ ଛାତରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ବାରି କବାଟ ତାଡି ଘରେ ପଶି ୬୦ ଗ୍ରାମ୍‌ର ସୁନା ଗହଣା ଓ ନଗଦ ୫ ହଜାର ଟଙ୍କା ଚୋରି କରି ନେଇଛନ୍ତି । ଆଜି ସକାଳୁ ଉଭୟଙ୍କ ପରିବାର ଚୋରି ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଆଡଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.