ଦୁର୍ବୃତ୍ତମାନେ ମୋବାଇଲ୍ ଦୋକାନରେ ପଶି ବାପ-ପୁଅଙ୍କୁ ପିଟିଥିବା ଅଭିଯୋଗ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରାର ଏକ ମୋବାଇଲ ଦୋକାନରେ ଗୁରୁବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ପଶି ଆସି ଦୋକାନ ମାଲିକ ରିଷି ଲମ୍ବା ଏବଂ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ରିଷିଙ୍କ ମାଆ ସୁଇଟି ଲମ୍ବା ବେଲପାହାଡ଼ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ମାରପିଟ୍‌ ବେଳର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବେଲପାହାଡ଼ ଥାନା ପୋଲିସ ସିସିଟିଭି ଭିଡିଓ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି । ଅଭିଯୁକ୍ତମାନେ ହେଲେ ଗୁମାଡେରାର ବିବେକ ଝା ଏବଂ ତାଙ୍କ ଦୁଇଜଣ ସାଙ୍ଗ । ତେବେ ସେମାନେ କାହିଁକି ଦୋକାନ ଭିତରେ ପଶି ମାରପିଟ୍ କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ଏହି ଘଟଣା ପରେ ଦୁର୍ବୃତ୍ତମାନେ ଫେରାର୍ ଅଛନ୍ତି ।

Leave A Reply

Your email address will not be published.