oom

ଅଙ୍ଗନୱାଡିଙ୍କୁ ଆକ୍ଷେପ କରି ଗୀତ ଗାଇ ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ, ଗୀତ ଗାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ସଇଁତଲା ଥାନାରେ ଅଭିଯୋଗ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳର ଜୈନିକ ବ୍ୟକ୍ତି ଅଙ୍ଗନୱାଡି କର୍ମୀମାନଙ୍କୁ ଅଶ୍ଲିଳ ଇଙ୍ଗିତ କରି ଗୀତ ଗାଇବା ସହ ଅନ୍ୟମାନଙ୍କୁ ଏଭଳି ଗୀତ ଗାଇବାକୁ ସଇଁତଲା ବ୍ଲକର ଜନୈକ ବ୍ୟକ୍ତି ଫେସବୁକରେ ପୋଷ୍ଟ କରି ଭାଇରାଲ କରିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଏନେଇ ଗତ ୨ ତାରିଖ ଦିନ ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ୍ ୟୁନିଅନର ସଇଁତଲା ବ୍ଲକ ଶାଖା ତରଫରୁ ସଇଁତଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଉକ୍ତ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଅଭିଯୋଗ ଅନୁଯାୟୀ ଗତ ମାସ ୨୨ ତାରିଖ ଜୈନିକ ଯୁବକ ଅଙ୍ଗନୱାଡିମାନଙ୍କୁ ନେଇ ଗୀତ ଗାଇବାକୁ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ସହ ନିଜେ ଏକ ଗୀତ ଗାଇଥିବାର ଭିଡିଓ ଫେସବୁକରେ ପୋଷ୍ଟ କରିଥିଲେ ଯାହା ସବୁ ଆଡେ ଭାଇରାଲ ହୋଇଥିଲା । ଏହାପରେ ଅଙ୍ଗନୱାଡି କର୍ମୀମାନଙ୍କ ସମ୍ମାନହାନୀ ହୋଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଏନେଇ ଏସ୍‌ଆଇ ସଙ୍ଗୀତା ବେକ ଅଭିଯୋଗ ପତ୍ରକୁ ଗ୍ରହଣ କରିଥିଲେ । ଅଙ୍ଗନୱାଡି ୱାର୍କର୍ସ୍ ୟୁନିଅନର ସଇଁତଲା ବ୍ଲକ ସଭାନେତ୍ରୀ କୁଶୋଦରୀ ଚନ୍ଦନ, ସଂପାଦିକା ମଞ୍ଜୁ ରଣା, ସୁଜାତା ଚନ୍ଦନ, ପଦ୍ମା ବେହେରା, ମାଧବୀ ପଟ୍ଟନାୟକ, ସନ୍ତୋଷିନୀ ବାରିକ ପ୍ରମୁଖଙ୍କ ନେତୃତ୍ବରେ ଅଙ୍ଗନୱାଡି କର୍ମୀମାନେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏନେଇ ପୋଲିସ ଅଧିକାରୀ ସଂଗୀତ ବେକଙ୍କୁ ଡକାଯାଇ ପଚରାଉଚରା କରି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.