ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଞ୍ଚ ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକା ଘରୁ କେଉଁଆଡ଼େ ଚାଲିଯାଇଥିବା ନେଇ ତାଙ୍କ ମାଆ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗ କାରିଣୀଙ୍କ ଝିଅ ଜଣେ ନାବାଳିକା ହୋଇଥିବା ବେଳେ ଶୁକ୍ରବାର ସକାଳ ୮ଟାରୁ ଘରୁ କେଉଁଆଡ଼େ ବାହାରିଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କଠାରୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନମିଳିବାରୁ ଥାନାରେ ଅଭିଯୋଗ କରିବା ସହ ଝିଅର ନିଖୋଜ ସମ୍ପର୍କରେ ଅନୁସନ୍ଧାନ କରି ତୁରନ୍ତ ଘରକୁ ଫେରାଇ ଆଣିବାକୁ ଥାନାଧିକାରୀଙ୍କୁ ଆକୁଳ ନିବେଦନ କରିଛନ୍ତି । ଏନେଇ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବାବେଳେ ଅନୁସନ୍ଧାନ ଜାରି ରହିଛି ବୋଲି ଥାନାଧିକାରୀ ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.