କ୍ୟାବ୍‌ର ଚାଳକ କହି ଯୁବତୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ୟଧାନ) : ଉପସ୍ଥିତି ବୁଦ୍ଧି ଯୋଗୁଁ ଅଘଟଣରୁ ବର୍ତ୍ତି ଗଲେ ଜଣେ ଯୁବତୀ । ସୂଚନା ଅନୁସାରେ କୋଏଲ ନଗର ‘ବି’ ବ୍ଲକ ଅଞ୍ଚଳର ଜଣେ ଯୁବତୀ ରାତିରେ ଟ୍ରେନ୍‌ରୁ ରାଉରକେଲା ଷ୍ଟେସନରେ ଓହ୍ଲାଇଥିଲେ । ଜଣେ ଯୁବକ ଏକ ନିର୍ଦ୍ଦିଷ୍ଟ କ୍ୟାବ୍‌ର ପଞ୍ଜିକୃତ ଚାଳକ ପରିଚୟ ଦେଇ ଯୁବତୀଙ୍କୁ ଟ୍ୟାକ୍ସି ଯୋଗେ ଘରେ ଛାଡି ଦେବେ ବୋଲି କହିଥିଲେ । ଟ୍ୟାକ୍ସିଟି ବିର୍ସା ଛକରେ ଅଛି କହି ଯୁବତୀଙ୍କୁ ସେ ଏକ ସ୍କୁଟି ଯୋଗେ ନେଉଥିବା ବେଳେ ବିର୍ସା ଛକ ନିକଟରେ ଯୁବତୀ ଜଣଙ୍କ ତାଙ୍କୁ ଓଟିପି ନମ୍ବର ମାଗିଥିଲେ । ଏହାପରେ ଉକ୍ତ ଯୁବକ ଧିମେଇ ଯାଇଥିଲେ । ଫଳରେ ଯୁବତୀ ତାଙ୍କ ସ୍କୁଟିରୁ ଓହ୍ଲାଇ ପଡିଥିଲେ । ଯୁବକ ଜଣକ ଦ୍ରୁତ ଗତିରେ ପଳାଉଥିବା ବେଳେ ବିର୍ସା ଛକ ନିକଟରେ ଭାରସାମ୍ୟ ହରାଇ ଗାଡିରୁ ରାସ୍ତାରେ ପଡି ବେହୋସ ହୋଇଯାଇଥିଲେ । ଖବର ପାଇ ପ୍ଲାଣ୍ଟସାଇଟ୍‌ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିବା ବେଳେ ଯୁବତୀଙ୍କ ଠାରୁ ଘଟଣା ସମ୍ପର୍କରେ ବୁଝିବା ସହ ଯୁବତୀଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇଥିବା ଜଣାପଡିଛି । ଏହାସହ ଯୁବତୀଙ୍କୁ ତାଙ୍କ ପରିବାରବର୍ଗଙ୍କ ସହ ଥାନାକୁ ଆସି ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.