jayashree

ସମିତି ସଭ୍ୟ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

କଟକ : କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀ ଶିଶୁଆ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ମାନସ କୁମାର ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରଚାର କାର୍ଯ୍ୟ ସାରି ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଆକ୍ରମଣ ହୋଇଥିବା ନେଇ ମାନସ କୁମାର ଦାସ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ସାଲେପୁର ନିର୍ବାଚନ ମଣ୍ଡଳୀ ଶିଶୁଆ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ମାନସ କୁମାର ଦାସଙ୍କୁ ଦୁଇ ଜଣ ଯୁବକ ଆକ୍ରମଣ କରିଛନ୍ତି । ପୂର୍ବରୁ ଏହି ଦୁଇ ଜଣ ଯୁବକ ଲୁଚି ରହି ତାଙ୍କୁ ବୋତଲ ସାହାଯ୍ୟରେ ଆକ୍ରମଣ କରି ସେଠାରୁ ଖସି ପଳାଇ ଯାଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.