ଆମ୍ବାହାଲି ଗାଁରେ ମହତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବର୍ଷେ ହେଲା କାମକରି ଶ୍ରମିକ ପାଉଣା ପାଇ ନ ଥିବା ଅଭିଯୋଗ
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଂଚାୟତ ଆମ୍ବବାହାଲି ଗାଁରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆମ୍ବବାହାଲିଠାରୁ ହାଡସଙ୍ଗାର ରାସ୍ତା ଉନ୍ନତିକରଣ କାମରେ ୧୫ଜଣ ଶ୍ରମିକ ବର୍ଷେ ହେଲା କାମକରି ମଜୁରୀ ପାଇ ନ ଥିବା ଖପ୍ରାଖୋଲ ବିଡିଓଙ୍କଠାରେ ବୁଧବାର ଲିଖିତ ଅଭିଯୋଗ କରି ଥିବା ଜଣାଯାଇଛି । ସୂଚନା ଅନୁସାରେ ଆମ୍ବବାହାଲିଠାରୁ ହାଡସଙ୍ଗାର ରାସ୍ତା ଉନ୍ନତିକରଣ ପାଇଁ ୭ ଲକ୍ଷ ଟଙ୍କା ବ୍ୟୟବରାଦରେ କାମ ହୋଇଥିବା ବେଳେ ଅଭିଯୋଗକାରୀ ଶ୍ରମିକ ମାନ ପ୍ରାୟ ୨୪ ଖୁନ୍ତି ଲେଖାଏଁ କାମର ମଜୁରୀ ପାଇ ନ ଥିବା ରଥ ଖମାରୀ, ପବିତ୍ର ପାଣ୍ଡେ, ଚକ୍ରଧର ଭୋଇ, ତେଜୁ ବାଗ, କୁଜବିହାରୀ ଖମାରୀ, ଧନୁଧର ଖମାରୀ ପ୍ରମୁଖ ଲିଖିତ ଜଣାଇଛନ୍ତି । ଏନେଇ ଖପ୍ରାଖୋଲ ଏପିଓ ସୁଧାଂଶୁ କୁମାର ମେହେରଙ୍କୁ ପଚାରିବାରୁ ପ୍ରକଳ୍ପଟି ପଂଚାୟତ ତରଫରୁ ହୋଇଛି, ପଂଚାୟତକୁ ବୁଝି ସମାସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।