oom

କେନାଲ ମରାମତି ନାମରେ କାଡା ଜରିଆରେ କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ଜଳସେଚନ ପ୍ରକଳ୍ପରୁ ଗାଁମାନଙ୍କୁ ଯାଇଥିବା କେନାଲ ମରାମତି କାର୍ୟ୍ୟ କାଡା (Command Area Development Authority) ତତ୍ତ୍ୱାବଧାନରେ ପାଣି ପଞ୍ଚାୟତ ଜରିଆରେ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନରୁ ୭୦ ଭାଗ ଅର୍ଥ ବାଟମାରଣା ହୋଇ ଯାଉଥିବାର ଅଭିଯୋଗ ହୋଇଛି । ଆର୍‌ଡ଼ିସି ଏହାର ଅଧ୍ୟକ୍ଷ ହୋଇଥିବା ବେଳେ ଏହି କାର୍ୟ୍ୟ ପରିଚାଳନ ପାଇଁ ହୀରାକୁଦ ଠାରେ ପଶ୍ଚିମାଚଳ ପିଡିଙ୍କ କାର୍ୟ୍ୟାଳୟ ରହିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକର ଲେରଖାଁ ଗ୍ରାମର ୧୨ ଜଣ ପାଣି ପଞ୍ଚାୟତର ସଦସ୍ୟ ଲେରଖାଁ ଗ୍ରାମ କେନାଲ ମରାମତି ପାଇଁ ଆସିଥିବା ୧କୋଟି ୨୦ଲକ୍ଷ ଟଙ୍କା ଅତି ନିମ୍ନମାନର କରାଯାଇ ୭୦ ଭାଗ ଅର୍ଥ କାଡାର ଅଧିକାରୀ ଓ ପାଣି ପଞ୍ଚାୟତ ସଭାପତି ଓ ସଂପାଦକ ମିଶି ଆତ୍ମସାତ କରିଥିବାର ନେଇ ଏକ ଗୁରୁତର ଅଭିଯୋଗ କରିଛନ୍ତି । ଏ ସଂପର୍କରେ ନୁଆପଡା ଜଳସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଇଂଜିନିୟର, ହୀରାକୁଦ କାଡା ପ୍ରୋଜେକ୍ଟ ଡାଇରେକ୍ଟରଙ୍କୁ ୨ମାସ ତଳୁ ଲିଖିତ ଅଭିଯୋଗ କରିଥିବା ସତ୍ତ୍ୱେ ଏହାର ତଦନ୍ତ ହେଉ ନାହିଁ । ସମ୍ବଲପୁର ଆରଡିସି ଯଦିଓ ଏହାର ଅଧ୍ୟକ୍ଷ ଅଛନ୍ତି ତାଙ୍କ ଅଜାଣତରେ କୋଟି କୋଟି ଟଙ୍କାର କାରବାର ଏ ସଂସ୍ଥାରୁ ଚାଲିଛି । ଲେରଗାଁ ଗ୍ରାମ ବ୍ୟତୀତ ଭୁତମୁଣ୍ତା ଓ ଚାକଧରା ଜଳସେଚନ ପ୍ରକଳ୍ପରେ କାଡା ସଂସ୍ଥା କୋଟି କୋଟି ଟଙ୍କାର କେନାଲ ମରାମତି କାର୍ୟ୍ୟ ଅତି ନିମ୍ନମାନର ହୋଇଥିବାର ମଧ୍ୟ ଅଭିଯୋଗ ହୋଇଛି । ଲେରଗାଁ ପାଣି ପଞ୍ଚାୟତର ସଦସ୍ୟ କିଶୋର ଚନ୍ଦ୍ର ସାହୁ, ରେବତୀ ସାହୁ, ପଦମନ କୁମାର ସାହୁ, କେଶରାମ ସାହୁ, ନୃପତି ଧରୁଆ, ଦେବେନ୍ଦ୍ର ସାହୁ, ଅନ୍ତର୍ୟ୍ୟାମୀ ସାହୁ, ସୁଲୋଚନା ସାହୁ, ଲକ୍ଷ୍ମୀ ସାହୁ, ଚକ୍ରଧର ବନଛୋରଙ୍କ ସମେତ କୁମିରି ଗ୍ରାମ ପଞ୍ଚାୟତ ସରପଞ୍ଚ କ୍ଷୀରସିନ୍ଧୁ ସାହୁ ଓ ନାଏବ ସରପଞ୍ଚ ଶ୍ରୀମତୀ ମହେନ୍ଦ୍ରୀ ସାହୁ ମଧ୍ୟ କେନାଲ ମରାମତିରେ ଦୁର୍ନୀତି ତଦନ୍ତ ପାଇଁ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

jittmm
Leave A Reply

Your email address will not be published.