centurian jitm

ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ

nschool

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ୩୦ ଜୋନ୍‌ର କରମତଲା ଗିରିଗୋବର୍ଦ୍ଧନ ମନ୍ଦିର ପରିସରରେ ସଇଁତଲା ବିଜୁ ଜନତା ଦଳ ତରଫରୁ ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଯାଇଛି । ଉକ୍ତ ଅଭିଯାନକୁ ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏଥିରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଉପସ୍ଥିତ ରହି ଆଗାମୀ ଦିନରେ ବିଜୁ ଜନତା ଦଳର ସମସ୍ତ ଦଳୀୟ କର୍ମକର୍ତ୍ତାମାନେ ଏକଜୁଟ ହୋଇ ତୁଳମୂଳସ୍ତରରେ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଉକ୍ତ ସଭାକୁ ବ୍ଲକ ବିଜେଡି ସଭାପତି ଟୁନୁ ରାଜପଲିଆଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସରପଞ୍ଚ ତିଲୋତମା ବାଗ, ମନୀଷ ସୁନା, ଅମିତ ରଥ, କାନନ ପଟ୍ଟନାୟକ, ରାଜକିଶୋର ଡାଙ୍ଗ, ସୁବାଷ ବୁଡ଼େକ, ଅମିତ ଦୀପ, ଆଲୋକ ବୁଡ଼େକଙ୍କ ସହ ଦଳୀୟ କର୍ମୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.