‘ଆଦି କର୍ମଯୋଗୀ ଅଭିଯାନ’

ରାଉରକେଲା, (ସସ୍ମିତା ପ୍ରଧାନ) :ଜିଲ୍ଲାପାଳ ‘ଆଦି କର୍ମଯୋଗୀ ଅଭିଯାନ’ ଅନ୍ତର୍ଗତ ସୁନ୍ଦରଗଡ଼ ଜିଲ୍ଲାର ସାଲେପାଲି ପଞ୍ଚାୟତର ଡୁଡୁକି ଗାଁ ଓ ଟାଙ୍ଗରପାଲି ବ୍ଲକର ମହୁଲପାଲି ପଞ୍ଚାୟତର ବନ୍ଧପାଲି ଗାଁ ପରିଦର୍ଶନ କରିଥିଲେ । ହିତାଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ସରକାରଙ୍କ ବିଭିନ୍ନ ଯୋଜନା, ଅଗ୍ରଗତି ଏବଂ ଆଦି ସେବା କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ । ଗ୍ରାମବାସୀ ଏବଂ ଆଦିବାସୀ ସମ୍ପ୍ରଦାୟ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ, ସେମାନଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ସହିତ ତୃଣମୂଳ ସ୍ତରର ଯୋଜନାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପରେ ଜିଲ୍ଲାପାଳ ଆଦି ସେବା କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ ଏବଂ ସମ୍ପ୍ରଦାୟ ସ୍ତରରେ ଯୋଜନାଗୁଡ଼ିକର ଦୃଢ଼ ସମନ୍ୱୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.