centurian jitm

ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିଶୁ ସଂଗ୍ରହ ଅଭିଯାନ ଆରମ୍ଭ

ତୁଷୁରା, (କେପିଏନ୍‌ଏସ୍‌) : ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ରେ ନୂତନ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉ ଥିବାରୁ ରାଜ୍ୟ ସରକାରଙ୍କର ଯୋଜନାଅନୁଯାୟୀ ବ୍ଲକର ସମସ୍ତ ବିଦ୍ୟାଳୟରେ ଶିଶୁ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ତୁଷୁରା ଏନ୍‌ଏ‌ସି ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ସମସ୍ତ ସହକାରୀ ଶିକ୍ଷୟିତ୍ରୀ ଘର ଘର ବୁଲି ଶିଶୁ ସଂଗ୍ରହ ଅଭିଯାନ ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପତିତପାବନ ପଡାରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରିୟବ୍ରତ ଛତ୍ରିଆଙ୍କ ସଭାପତିତ୍ଵରେ ଏକ ଜନସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏନ୍‌ଏସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ ଯୋଗ ଦେଇ ଶିଶୁ ପ୍ରିନ୍ସ ସୁନା, ଭିଭାନ ଦୀପ ଓ ଜିନା ଛତ୍ରିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସମ୍ବଳିତ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ । ଏହି ଅବସରରେ ଅଭିଭାବକ ଟୁନା ସୁନା, ଅଭିଭାବିକା ଯଶୋବନ୍ତୀ ସୁନା, ଜନନୀ ଛତ୍ରିଆ ଓ ପ୍ରୀତି ଦୀପ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବେ ସିଆର୍‌ସିସି ଜଗମୋହନ ତ୍ରିପାଠୀ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ସଭା ସଞ୍ଚାଳନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ଆକାଂକ୍ଷା ରାଣୀ ଯୋଶୀ, ଅଙ୍ଗନୱାଡ଼ି କର୍ମୀ ମାୟାବତୀ ଛତ୍ରିଆ, ସାମ୍ବାଦିକ ବିନୋଦ କୁମାର ସୁନା, ସିସିଏଚ୍ ଗିତା ଦର୍ଜୀ ଓ ଗୁଣମତି ମହାଲିଙ୍ଗ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ବିନ୍ଦୁ ମହାଣା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଦାଶଙ୍କ ଏଭଳି ଅଭିନବ ପ୍ରୟାସକୁ ଜନ ସାଧାରଣରେ ଭୁରି ଭୁରି ପ୍ରଶଂସା କରିଥିଲେ ।

Leave A Reply

Your email address will not be published.