oom

ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ଓ ନିର୍ବାଚନ ଇସ୍ତାହାର ମତାମତ ସଂଗ୍ରହ ଅଭିଯାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମୀନା ଟେଣ୍ଟ ହାଉସ୍‌ଠାରେ ବଲାଙ୍ଗିର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ଓ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ଯୋଗ ଦେଇଥିଲେ । ରାଜ୍ୟ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭା ପତି ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅଭିନାଶ ଠାକୁର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଆଭିମୁଖ୍ୟ ଉପରେ ଆଲୋଚନା କରିଥଲେ । ରାଜ୍ୟ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଗୁଞ୍ଜ ଖାନ, ବିଶିଷ୍ଠ ସମାଜସେବୀ ଅମୃତ ପଣ୍ଡା, ଜିଲ୍ଲା ବରିଷ୍ଠ ଉପସଭାପତି ଶିବଦତ ମାଝୀ ଦେଓଗାଁ ବ୍ଲକ୍‌ ସଭାପତି ଦୀପକ ବେହେରା ବଲାଙ୍ଗିର ବ୍ଲକ୍‌ ସଭାପତି ରୀଙ୍କୁ ପ୍ରଧାନ ଜିଲ୍ଲା ସମ୍ପାଦକ ଅଙ୍କିତ ହୋତା, ଜିଲ୍ଲା ସମ୍ପାଦକ ତନ୍ମୟ ତାଣ୍ଡି, ମାନସ ସା, ଟିକେଶ୍ୱର୍ ପୋଢ଼, ନିରୋଜ ଭୋଇ, ଫିରୋଜ ସା, ଦିଗସଂ ସୁନା, ପିନୁ, ସୁମିତ ଭୋଇ, ରୋଷନ ସାହୁ, ନିଗମ ଦଳାଇ, ରଞ୍ଜନ ଦାନ୍ତ ବିଭିନ୍ନ ଜିଲ୍ଲା କମିଟିର ସଦସ୍ୟ ଓ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ, ସରକାରୀ ବଲାଙ୍ଗିର କଲେଜ, ଦେଓଗାଁ କଲେଜ, ରୋଥ କଲେଜ, ବିଲାଇସର୍ଡା କଲେଜ, ଚନ୍ଦନ ଭାଟି କଲେଜ, ସାହାଜ ବାହାଲ କଲେଜ, ଆୟୁର୍ବେଦିକ କଲେଜ ଲ କଲେଜ, ବେଲପଡ କଲେଜ ଓ ବିଭିନ୍ନ କଲେଜରୁ ଆସିଥିବା ଛାତ୍ର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.