oom

ହମିରପୁର ଅଞ୍ଚଳରେ ବିଜେପିର ସଦସ୍ୟତା ଅଭିଯାନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧୯ ଅନ୍ତର୍ଗତ ହମିରପୁରେ ଥିବା ଧୋବି ବସ୍ତି ଠାରେ ବିଜେପି ପକ୍ଷରୁ ଆଜି ସଦସ୍ୟତା ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଜେପି ପାନପୋଷ ସାଂଘଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ହୋଇଥିବା ଏହି ସଦସ୍ୟତା ସଂଗ୍ରହ ଅଭିଯାନରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମଧ୍ୟ ଉପସ୍ଥିତ ରହି ସଦସ୍ୟତା ସଂଗ୍ରହ ଅଭିଯାନରେ ଭାଗ ନେଇ ଲୋକଙ୍କୁ ବିଜେପି ସଂଘଠନ ସମ୍ବନ୍ଧରେ ବୁଝାଇଥିଲେ । ଏହି ଅଭିଯାନରେ ବହୁସଂଖ୍ୟାରେ ବସ୍ତିବାସୀ ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.