କେରଳ ଭୂସ୍କଳନ ପ୍ରପୀଡ଼ିତଙ୍କ ପାଇଁ ସିପିଆଇଏମ୍‌ର ରିଲିଫ ସଂଗ୍ରହ ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ କେନ୍ଦ୍ର କମିଟି ଆହ୍ୱାନରେ ପାର୍ଟିର ସମସ୍ତ କମିଟି କେରଳ ଭୂସ୍କଳନ ପ୍ରପୀଡ଼ିତଙ୍କ ସମେତ ଆମ ଦେଶର ବିଭିନ୍ନ ରାଜ୍ୟରେ ଆସିଥିବା ବନ୍ୟା ଓ ପ୍ରାକୃତିକ ଦୁର୍ବିପାକ ପ୍ରପୀଡ଼ିତ ମାନଙ୍କୁ ରିଲିଫ୍ ସହାୟତା ଯୋଗାଇଦେବା ପାଇଁ ରିଲିଫ ସଂଗ୍ରହ ଅଭିଯାନ ଚଳାଇ ରଖିବାକୁ ଆହ୍ୱାନ ଦେଇଥିଲା ବେଳେ ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଆଜି ସଂଧ୍ୟାରେ ରାଉରକେଲା ବଜାର ବିଶ୍ରା ଛକ ଠାରୁ ଗାନ୍ଧୀ ରୋଡ୍‌, ନୂଆଁ ବସ୍‌ଷ୍ଟାଣ୍ଡ ଅଂଚଳରେ ରିଲିଫ ସଂଗ୍ରହ କରାଯାଇଛି । ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ, ଜିଲ୍ଲା କମିଟି ସଦସ୍ୟ ବି.ପି. ମହାପାତ୍ର, ବସନ୍ତ ନାୟକ, ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ବିଶ୍ଵଜିତ ମାଝୀ, ସୁରେନ୍ଦ୍ର ମହାନ୍ତି, ଦିବାକର ମହାରଣା, ଅରୁଣ ମହାରଣା, ବସନ୍ତ ପାଢ଼ୀ, ସଚିନ୍ ରାୟ, ସୁରେନ୍ଦ୍ର ବେହେରା, ପ୍ରଦୀପ ଗୌଡ଼, ଶତୃଘ୍ନ ବେହେରା, ଏନ୍. କେ. ରାଉତରାୟ, ପ୍ରମୋଦ ପରିଡ଼ା, ଜନ୍ମେଜୟ ଘୋଷ, ଆଦିତ୍ୟ ନାୟକ ପ୍ରମୁଙ୍କ ପାର୍ଟିର ବହୁ ସଦସ୍ୟ ସାମିଲ ହୋଇଥିଲେ । ସିପିଆଇଏମ୍ ପକ୍ଷରୁ କେରଳ ଭୂସ୍କଳନ ବିଧ୍ୱସ୍ତ ଲୋକଙ୍କ ଏହି ଦୁର୍ଦ୍ଦିନରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସାରା ଦେଶର ମାନବ ପ୍ରେମୀ ଜନତା ତଥା ବିଭିନ୍ନ ଅନୁଷ୍ଠାନ ଆଗେଇ ଆସିବାକୁ ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.