oom

କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡର ଗାଆଁ କେ ଚାଲ ଅଭିଯାନ

jsmm

ଟିଟିଲାଗଡ, (କେପିଏନ୍‌ଏସ୍‌) : ଦୀର୍ଘ ଚାରି ଦଶନ୍ଧି ଧରି କୋସଲି ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦେବା, ପ୍ରାଥମିକ ସ୍ତରରେ ପିଲାଙ୍କୁ କୋସଲି ଭାଷାରେ ଶିକ୍ଷାଦାନ, କୋସଲି ଭାଷା ଗବେଷଣା କେନ୍ଦ୍ର ସ୍ଥାପନ ଏବଂ ଏକାଡେମୀ ପ୍ରତିଷ୍ଠା ପାଇଁ ଦାବୀ ହୋଇ ଆସୁଛି, କିନ୍ତୁ ସରକାର ଏ ପର୍ଯ୍ୟନ୍ତ କୌଣସି ଦାବୀକୁ ଗ୍ରହଣ କରି ନାହାନ୍ତି । ପଶ୍ଚିମ ଓଡିଶାର ପ୍ରାୟ ଦୁଇକୋଟିରୁ ଅଧିକ ଲୋକ ବ୍ୟବହାର କରୁଥିବା ଏହି ଭାଷା ସର୍ବ ପ୍ରାଚୀନ । ଏହାର ଅସ୍ମିତା ପ୍ରତି ଚେତନଶୀଳ ହୋଇ ଏ ସମ୍ପର୍କରେ ଗାଆଁ ଲୋକଙ୍କୁ ସଚେତନ କରିବା ପାଇଁ ପଶ୍ଚିମ ଓଡିଶାର ଛାମୁଆ ସଂଗଠନ କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ ୨୦୧୪ଠାରୁ ଗାଆଁ କେ ଚାଲ ଅଭିଯାନ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ମୁରିବାହାଲ ବ୍ଲକ ଅନ୍ତର୍ଗତ ଘୁଷୁରାମୁଣ୍ଡା ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ଦିଲ୍ଲିପ କୁମାର ପସାୟତଙ୍କ ସଭାପତିତ୍ୱରେ ଅନୁଷ୍ଠାନର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର, ଉପଦେଷ୍ଟା ନୀଳମଣି ସାହୁ, ଡ. ନାରାୟଣ ମିଶ୍ର, ଜ୍ୟୋତି ପ୍ରକାଶ ଗଡତ୍ୟା ଏବଂ କୋଷାଧ୍ୟକ୍ଷ ଚିତ୍ତରଂଜନ ଚାନ୍ଦ, ବିଶିଷ୍ଟ ଅତିଥି ସୁରେଶ ଭୋଇ, ନିଲୁ ମୋହନ ପଧାନ, ଘନଶ୍ୟାମ ଖମାରୀ ପ୍ରମୁଖ ମଂଚାସୀନ ହୋଇ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଚତୁର୍ଥ ସଂଖ୍ୟା ବାର୍ଷିକୀ ସାହିତ୍ୟ ପତ୍ର “ଝାଁପି “ଲୋକାର୍ପିତ ହୋଇଥିଲା । ବିଶିଷ୍ଟ ଲୋକଶିଳ୍ପୀ ସୁଦର୍ଶନ ଦୀପ ସମ୍ମାନିତ ହୋଇଥିଲେ । ଗ୍ରାମର ଚନ୍ଦ୍ରମଣି ଭୋଇ, ନୁରା ଭୋଇ, ନିରଂଜନ ଜାନି, ଲଂକେଶ ଭୋଇ, ମଧୁସୂଦନ କଅଁଳେ, ଯୁମଲାଲୁ ଭୋଇ, ରଘୁନାଥ ଦାସ, କୈଲାସ ସାହୁ, ଶୁଭମ ଦାସ, କୁବେର ମହାନନ୍ଦ, ମୋହନ କଅଁର ଓ ମୁରିବାହାଲ ଡିଗ୍ରୀ କଲେଜର ଶତାଧିକ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.