jayashree

ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ଜନନୀ ସମ୍ପର୍କ ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଜନନୀ ସମ୍ପର୍କ ଅଭିଯାନରେ ସେକ୍ଟର -୨୦ ପରିଦର୍ଶନ କରି ମା’ ଭଉଣୀଙ୍କ ସହିତ ବସି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଅଞ୍ଚଳରେ ଥିବା ଲୋକମାନଙ୍କର ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟାକୁ ମା’ ଭଉଣୀଙ୍କ ମାଧ୍ୟମରେ ଅବଗତ ହୋଇଥିଲେ । ଏହି ସବୁ ସମସ୍ୟାକୁ ସରକାରୀ ସ୍ତରରେ ଏବଂ ମା’ ଭଉଣୀଙ୍କ ମାଧ୍ୟମରେ ସମାଧାନ କରିବାକୁ ଆଶ୍ୱସନା ଦେବା ସହିତ ମା’ ଭଉଣୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେହି ବିଷୟରେ ପ୍ରଶାନ୍ତ ସେଠୀ ମଧ୍ୟ ଆଲୋଚନା କରିଥିଲେ । ମହିଳାମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ ଯାହା ଫଳରେ ବିଭିନ୍ନ ଯୋଜନାରେ ମହିଳାମାନେ ନିଜ ଅଞ୍ଚଳର ଲୋକମାନଙ୍କର ଉପକାରରେ ଆସିପାରିବେ ।

Leave A Reply

Your email address will not be published.