ଇନରହୁଇଲ କ୍ଲବ୍ ଦ୍ୱାରା ସ୍ୱଚ୍ଛତା ଉପକରଣ ବଣ୍ଟନ ସହ ସଚେତନତା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵଚ୍ଛତା ସମ୍ପର୍କିତ ବିଭିନ୍ନ ପ୍ରକାରର ସଚେତନତାର ପ୍ରସାର ନିମିତ୍ତ ଇନରହୁଇଲ କ୍ଲବ୍‌ ଅଫ ରାଉରକେଲା ରିଭରସାଇଡ ତରଫରୁ ଗୋଲଘର, ସେକ୍ଟର ୫ ଅଞ୍ଚଳର ଶିବ ମନ୍ଦିରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗଂଜାମ ପଲ୍ଲୀ, ସିଂହାସନୀ ପଲ୍ଲୀ, କବିସମ୍ରାଟ ପଲ୍ଲୀ, ରାମେଶ୍ଵର ପଲ୍ଲୀ ଆଦି ବିଭିନ୍ନ ମହିଳା ଆରୋଗ୍ୟ ସମିତିର (ଏମ୍‌ଏଏସ୍‌) ସଦସ୍ୟାମାନେ ଏଥିରେ ସାମିଲ ହୋଇଥିଲେ । ସମସ୍ତଙ୍କ ମଧ୍ୟରେ ଫିନାଇଲ, ସାନିଟାଇଜର, ହର୍ବାଲ ବାସନସଫା ଓ ହେଣ୍ଡୱାସ୍ ଇତ୍ୟାଦି ସ୍ୱାସ୍ଥ୍ୟ ରକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା । କ୍ଲବ ସଭାପତି ଡ. ମୀନତି ପଣ୍ଡାଙ୍କ ସହ ଗୌରୀ ନାଗ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ମହିଳାମାନଙ୍କୁ ବିଷଦ ଭାବେ ବୁଝାଇ ଥିଲେ । ଆଗକୁ କ୍ଲବ ଦ୍ୱାରା ଏହି ସାମଗ୍ରୀ ସବୁର ତିଆରି ପ୍ରଣାଳୀ ବିଷୟରେ ତାଲିମ ଦିଆଯିବ । ପ୍ରମିଳା ମିଶ୍ର, କାବେରୀ ବାନାର୍ଜୀ, ଅଞ୍ଜଳି ହୋତା, ଆରତୀ ପଣ୍ଡା, ମଞ୍ଜୁବାଳା ପାଢୀ, ଅନୀତା ନାୟକ, ଜ୍ୟୋତ୍ସ୍ନା ମିଶ୍ର ଓ ମଞ୍ଜୁଳା ପାତ୍ରଙ୍କ ସହ ପ୍ରାକ୍ତନ ସଭାପତି ପ୍ରତିମା ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.