ରଘୁନାଥପାଲି (ସସ୍ମିତା ପ୍ରଧାନ) : ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ ଅବସରରେ ରଘୁନାଥପାଲି ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଆରମ୍ଭ କରିଛନ୍ତି ଜନନୀ ସମ୍ପର୍କ ଅଭିଯାନ । ବାସନ୍ତୀ ମା’ଙ୍କ ନବରାତ୍ର ଆରମ୍ଭରେ ସେହି ମା’ ଓ ଭଉଣୀଙ୍କ ନିକଟରେ ପହଞ୍ଚି ସାମାଜିକ ସୁରକ୍ଷା ସହ ସେମାନଙ୍କ ଭଲମନ୍ଦ ବୁଝିଥିଲେ । ମା’ ଭଉଣୀଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଥିବା ବେଳେ ସେ ସବୁ ବିଷୟରେ ସେମାନେ ଅଜ୍ଞ ରହିଛନ୍ତି । ତେଣୁ କିପରି ଓ କେଉଁ ମାଧ୍ୟମରେ ସେମାନେ ଏ ସମସ୍ତ ସୁବିଧା ସୁଯୋଗ ପାଇବେ ସେ ନେଇ ଆଗାମୀ ଦିନରେ କାର୍ଯ୍ୟ କରିବେ ବୋଲି ପ୍ରଶାନ୍ତ ଉପସ୍ଥିତ ସମସ୍ତଙ୍କୁ ଜଣାଇଥିଲେ ।