କଣ୍ଟାବାଞ୍ଜି, (କେପିଏନ୍ଏସ୍) : ସମଗ୍ର ଶିକ୍ଷା ଅଭିଯାନ ବଲାଙ୍ଗିର ତରଫରୁ ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ୩ ଦିନ ଧରି ବର୍ଣ୍ଣାଳୀ ତାଲିମ ପ୍ରଦାନ କରାଯାଇଥିଲା । ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତୁନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ପ୍ରଥମ ପର୍ଯ୍ୟାୟରେ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟରେ ୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ତାପରେ ଦ୍ୱିତୀୟ ପର୍ଯ୍ୟାୟରେ ତୁରେକେଲା ଉଚ୍ଚ ବିଦ୍ୟାଳୟରେ ୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଉଭୟ କେନ୍ଦ୍ରକୁ ତଦାରଖ କରିଥିଲେ । ସାଧନକର୍ମୀ ମମତା ପଣ୍ଡା, ଅଞ୍ଜଳି ମାଝୀ, ପ୍ରକାଶ ମେହେର ଓ ରାଜେଶ ସିଂଦେଓ ତାଲିମ ପ୍ରଦାନ କରିଥିଲେ । ପରିଶେଷରେ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।