oom

ଧାତୁକିପାଲି ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଭିଭାବକଙ୍କ ବିଦ୍ୟାଳୟ ପ୍ରତି ସହଯୋଗକୁ ପ୍ରୋତ୍ସାହନ ଦେବା ଓ ତାଙ୍କୁ ଶିକ୍ଷା ସହିତ ଯୋଡିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରେମାନନ୍ଦ ଖେତି ସଭାପତିତ୍ୱ କରିଥିଲେ । ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ବ୍ୟବସ୍ଥା, ଅନ୍‌ଲାଇନ୍‌ ସୁରକ୍ଷା ଓ ସାଇବର ସଚେତନତା, ସ୍ୱଚ୍ଛତା ପକ୍ଷ ପାଳନ, ସୁରଭି କାର୍ଯ୍ୟକ୍ରମ, ବିଦ୍ୟାଳୟରେ ୟୁଥ୍‌ ଓ ଇକୋ କ୍ଲବ ଗଠନ, ଛାତ୍ରଛାତ୍ରୀ ମାନଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଓ ନିୟମିତ ଭାବେ ଶିକ୍ଷା ସମାପ୍ତିକୁ ସୁନିଶ୍ଚିତ କରିବା, ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ, କୈଶୋର ଛାତ୍ରୀଙ୍କ ପାଇଁ ଇନ୍‌ସିନେରେଟର ଓ ଭେଣ୍ଡିଂ ମେସିନ୍‌ର ଆବଶ୍ୟକତା, ଅଭିଭାବକ ମାନଙ୍କଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନ ମୂଳକ ପ୍ରସ୍ତାବ ବିଷୟରେ ଆଲୋଚନା ହେବା ସହ ପରିବାରର ସକ୍ରିୟ ସହଯୋଗ ମାଧ୍ୟମରେ ଛାତ୍ରଛାତ୍ରୀ କେମିତି ଶିକ୍ଷା ଲାଭ କରିପାରିବେ ସେ ବିଷୟରେ ଅଭିଭାବକଙ୍କୁ ଅବଗତ କରାଯାଇଥିଲା । ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା, ପାଚକ, ପାଚିକା ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ହାରାଧନ ରଣା ପରିଚାଳନା କରିଥିବା ପ୍ରଧାନ ଶିକ୍ଷକ ମୋହନ ଚରଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗଜବନ୍ଧ କ୍ଲଷ୍ଟର୍‌ର ପଣ୍ଡରାପାଲି, କେନ୍ଦୁପାଲି, କୁଶଦାଦର, କାଇସକନ୍ଦା, ଗଜବନ୍ଧ, ସୁଲେଇ ଓ ବ୍ରାହ୍ମଣୀପାଲି ବିଦ୍ୟାଳୟ ଗୁଡିକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

jittmm
Leave A Reply

Your email address will not be published.