ଦୃଷ୍ଟିହୀନ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପ୍ରଶିକ୍ଷଣ ଶିବିର

ସମ୍ବଲପୁର, (କେପିଏନ୍‌ଏସ୍‌) : ସମଗ୍ର ଶିକ୍ଷା, ସମ୍ବଲପୁର ଆନୁକୂଲ୍ୟରେ ଆଦ୍ୟ ତା ୦୭.୦୮.୨୦୨୪ ଦିନ ସ୍ଥାନୀୟ ଜିଲ୍ଲା ଆନ୍ତର୍ନିବେଶି ଶିକ୍ଷା ସାଧନ କେନ୍ଦ୍ର, ବୁଢାରଜାରେ ଷ୍ଟାର୍‌ ପ୍ରୋଜେକ୍ଟ ତରଫରୁ ଲ୍ୟାପ୍‌ଟପ୍‌ ପାଇଥିବା ୧୦ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ଏକ ତ୍ରିଦିବାସୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଏହାର ଉଦ୍‌ଘାଟନୀ ଉତ୍ସବରେ ଧନକଉଡ଼ା ବ୍ଲକର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ । ଅନ୍ୟ ଅତିଥିମାନେ ଥିଲେ ବୁଢାରଜା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁମିତା ପତ୍ରୀ, ସମ୍ବଲପୁର ଜିଲ୍ଲା ଆନ୍ତର୍ନିବେଶି ଶିକ୍ଷା ସଂଯୋଜକ ଅରୁଣ କୁମାର ଦାଶ, ବ୍ଲକ ସମ୍ବଳ ଶିକ୍ଷକ ଅର୍ଣ୍ଣପୂର୍ଣ୍ଣା ଦାଶ, ପ୍ରଗତି ମିଶ୍ର, ସୁବ୍ରତ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ସାଇଟ୍‌ ସେଭର୍‌ ଓଡିଶା, ଅନୁଷ୍ଠାନ ତରଫରୁ ଲିପୁନ କୁମାର ଜାଲ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ । ଏହି ଶିବିରରେ ସମ୍ବଲପୁରର ୬ ଜଣ ଓ ବରଗଡ଼ର ୪ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ସମସ୍ତେ ଲାପ୍‌ଟପ୍‌ରେ ଏକ ସ୍ୱତନ୍ତ୍ର ସ୍ପଫ୍ଟୱେର୍‌ ଏନ୍‌. ଭି. ଡି. ଏ ଲୋଡ଼ କରାଯାଇଛି । ଯାହା ଦୃଷ୍ଟିବଧିତ ପିଲା ମାନେ ଅତି ସହଜରେ ବ୍ୟବହାର କରି ପାରିବେ ଓ ନିଜ ଶିକ୍ଷଣ ସ୍ତରକୁ ବଢ଼େଇ ପାରିବେ ।

Leave A Reply

Your email address will not be published.