ବଲାଙ୍ଗିର ସଦର ବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ବ୍ଲକ ଶିବତଲା ଚାଷୀ ସମବାୟ ସମିତିରେ ୟୁରିଆ ସାର ପାଇଁ ଚାଷୀ ହନ୍ତସନ୍ତ । ଖାଲି ଶିବତଲା ନୁହେଁ ଆହୁରି ଅନେକ ପେକ୍ସର ଚାଷୀ ୟୁରିଆ ସାର ପାଉନାହାଁନ୍ତି । କୃଷି ବିଭାଗର କହିବା ଅନୁସାରେ ଚାଷୀ ଧାନ ତଳି ରୋପଣ କରିବାର ୨୧ ଦିନରୁ ୨୫ ଦିନରେ ସେକେଣ୍ଡ ଡୋଜ୍ମାନେ ଦୃତୀୟ ଥର ସାର ଦେବା କଥା କିନ୍ତୁ ରୋପଣର ୫୦- ୬୦ ଦିନ ହୋଇ ଗଲାଣି ୟୂରିଆ ସାର ଅଭାବରୁ ଚାଷୀ ନିଜ ଚାଷ ଜମିରେ ସାର ଦେଇ ପାରୁନାହିଁ । ଶିବତଲା କୃଷି ସମବାୟରେ ଏ ପର୍ଯ୍ୟନ୍ତ ୧୨୦୦ ବସ୍ତା ୟୁରିଆ ସାର ଆସିଛି । ଯାହାକି ସମୂଦ୍ରକୁ ସଂଖେ । ସମବାୟର ଋଣୀ ଚାଷୀ ୭୫୦ ଅଛନ୍ତି ବାକି ଅଣଋଣୀ ଚାଷୀ ପାଖାପାଖୀ ୯୦୦ । ତେବେ ମୋଟ ଚାଷୀ ୧୭୦୦ ପାଖାପାଖି ତା’ହେଲେ କାହାକୁ କେତେ ବସ୍ତା ସାର ଦିଆଯିବ । ଏଣୁ ଚାଷୀ ନିରାଶ ହୋଇ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପେକ୍ସରେ ଜଗି ରହି ସାର ପାଉନାହାଁନ୍ତି । ଚାଷୀମାନଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିବା ସହିତ ଧାନଚାଷରେ ବି ବାଧା ସୃଷ୍ଟି ହେବା ଲକ୍ଷ କରାଯାଉଛି । ସମବାୟ ସଭାପତିଙ୍କୁ ପଚାରିବାରୁ ସେ କହୁଛନ୍ତି ଆହୁରି ସାର ପାଇଁ ଉପରିସ୍ଥ କୃଷି ସମବାୟ ତଥା ସରକାରଙ୍କ ପାଖରେ ଜାଣାଇଛୁ । ସାର ଆହୁରି ଦେବା ପାଇଁ ପ୍ରତିଶୁତି ଦେଇଛନ୍ତି ।